ଅଜଣା ଗାଡି ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ଶେଷଖାଲ, ୦୯/୦୨ ( ଭି. ଗୌରି ଶଙ୍କର ରାଓ ) : ଅଜଣା ଗାଡି ଧକ୍କାରେ ଏକ ଯୁବକଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ କେନ୍ଦ୍ର କରି ଆଜି କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଉପରେ ଶବ ରଖି ପ୍ରତିବାଦ କରିଛନ୍ତି। ମୃତ ଯୁବକ ହେଲେ ଶେଷଖାଲ ଥାନା ଅନ୍ତର୍ଗତ ଦିସାରିଗୁଡା ଗ୍ରାମର ସୁନିଲ ହିମିରିକା। ପ୍ରତିବାଦ ଫଳରେ ପିତାମହଲ ବାଇପାସ୍ ରୋଡରେ ଦୀର୍ଘ ସମୟ ଧରି ରାସ୍ତା ଜାମ୍ ସୃଷ୍ଟି ହୋଇଥିଲା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସୂଚନା ଅନୁସାରେ, ଗତକାଲି ସଂଧ୍ୟା ସମୟରେ ଦିସାରିଗୁଡା ସ୍ଥିତ ବାଇପାସ୍ ରୋଡରେ ଠିଆ ହୋଇଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇଯାଇଥିଲା। ଧକ୍କାର ପରିଣାମରେ ସୁନିଲ ଘଟଣାସ୍ଥଳରେ ହିଁ ପ୍ରାଣ ହାରାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଶେଷଖାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ, ତଥାପି ଉତ୍ତେଜନା ଲାଗିରହିଥିଲା। ପରେ ସ୍ଥାନୀୟ B.D.O ସୁମନ୍ତ କୁମାର ମିଶ୍ର, R.I ମମତା ରାଣୀ ଖଞ୍ଜା, A.R.I ଯଶମନ୍ତ ଶବର ଓ ସରପଞ୍ଚ ଟୁଟୁ ତାଦଙ୍ଗୀ ଓକିଲ ବାବୁ ରାଜଗୁରୁ ଘଟଣାସ୍ଥଳରେ ଉପସ୍ଥିତ ହୋଇ ମୃତଙ୍କ ପରିବାରକୁ ତତ୍କାଳ ସହାୟତା ସ୍ୱରୂପ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ ବି ଡି ଓ ସୁଜିତ୍ କୁମାର ମିଶ୍ର ପ୍ରତିଶ୍ରୁତି ଦେଇ କି ଗଲେ କିଛି ମଧ୍ୟ ରେ ଦିଶାରି ଗୁଡା ଗ୍ରାମ ରେ ଶୋଲାର ର ଆଲୋକି କାରଣ କରା ଯିବ ମୃତ ବ୍ୟକ୍ତି ର ପରିବାର କୁ ଗୋଟିଏ ଇନ୍ଦିରା ଆବାସ ଘର ଯୋଗାଇ ଦୀୟା ଯିବ।ପୁଲିସ ଅଜଣା ଗାଡିକୁ ଚିହ୍ନଟ କରିବାକୁ ତଦନ୍ତ ଚାଲିଛି.