ଯୋଗମାୟା ପୀଠର ହେବ ବିକାସ, ମିଳିବ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା : ଉପମୁଖ୍ୟମନ୍ତ୍ରୀ
କଳାହାଣ୍ଡି, ୦୯/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି କଳାହାଣ୍ଡି ଗସ୍ତ ସମୟରେ ଗୁର୍ଜୀମୁଣ୍ଡା ସ୍ଥିତ ଯୋଗମାୟା ପୀଠ ପହଂଚି ଥିଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା । ସେଇଠି ପହଂଚି ମାଁ ଯୋଗମାୟା ଏବଂ ପତାଲେଶ୍ୱର୍ ବାବାଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପରିସର ବୁଲିବା ସହ ତାହାର ବିକାଶ ପାଇଁ ଚର୍ଚ୍ଚା କରିଥିଲେ । ଯୋଗମାୟା ପୀଠ ଏବଂ ଦେବ ଗୁମ୍ଫା ର ପାରିପାର୍ଶ୍ବିକ ବିକାସ ଜିଲ୍ଲା ପ୍ରଶାସନ ସହ ଚର୍ଚ୍ଚା କରିଥିଲେ । ଆଗାମୀ ଦିନରେ ୧୨ କୋଟି ଟଙ୍କା ବ୍ୟୟରେ ଯୋଗମାୟା ପୀଠର ବିକାଶ ହେବ ଏବଂ ପର୍ଯ୍ୟଟନ ସ୍ଥଳୀର ମଧ୍ୟ ମାନ୍ୟତା ପାଇବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଯୋଗମାୟପୀଠ ଶକ୍ତି, ତନ୍ତ୍ର ଓ ପରିବେଶ ର ମିଳନ ସ୍ଥଳୀ ବୋଲି କହିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ