ଡଙ୍ଗରୀଗୁଡା ପିଇଓ ଙ୍କ ବିଦାୟ କାଲିନି ସମ୍ବର୍ଦ୍ଧନା
ଝରିଗାଁ, ୦୯/୦୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡଙ୍ଗରୀଗୁଡା ପଂଚାୟତ ରେ କାର୍ଯ୍ୟରତ ଥିବା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜହର ଗଣ୍ଡ ଙ୍କ ବିଦାୟ କାଳୀନ ନେଇଛନ୍ତି | ସେ 2023 ରୁ 2026 ପର୍ଯ୍ୟନ୍ତ ଡଙ୍ଗରୀଗୁଡା ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ | ଏହି ବିଦାୟ କାଲିନ ଅବସରରେ ପଂଚାୟତ ବାସୀ ବାଜା ବାଜଣା ସହିତ ବାଣ ଫୁଟେଇ ପିଇଓ ଙ୍କୁ ସାଙ୍ଗରେ ଘେନି ଗ୍ରାମର ତିନି ଛକରୁ ପଂଚାୟତକୁ ଅନା ଯାଇଥିଲା | ପରେ ପଂଚାୟତ କାର୍ଯ୍ୟଲୟ ପରିସରରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚନା କରି ଦୀପ ପ୍ରଜଳିତ କରାଯାଇ ସରପଞ୍ଚ ବାସନ୍ତୀ ନାୟକଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇ ପଂଚାୟତର ସମସ୍ତ କର୍ମଚାରି ଓ ଜନସାଧାରଣ ପିଇଓ ଜହର ଗଣ୍ଡ ଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ବିଦାୟ କାଲିନ ସମ୍ବର୍ଦ୍ଧନା ତଥା ବିଦାୟ କାଲିନ ସମ୍ବର୍ଦ୍ଧନା ଜଣେଇଛନ୍ତି | ସରପଞ୍ଚଙ୍କ ଦ୍ୱାରା ଆୟୋଜିତ ଉକ୍ତ ସଭାରେ ଝରିଗାଁ ବିଡ଼ିଓ ମଧୁସୂଦନ ମାଝୀ, ଜୁନ-2ର ଜିଲ୍ଲା ପରିଷଦ ଶ୍ୟାମସୁନ୍ଦର ନାୟକ, ଧୋଡ୍ରା ପଂଚାୟତ ସରପଞ୍ଚ ମହେନ୍ଦ୍ର ଭତ୍ରା, ବକଡାବେଡା ସରପଞ୍ଚ ଚଇତୁ ଭତ୍ରା, ଭିକ୍ଷା ସରପଞ୍ଚ ଗୋମତୀ ବଞ୍ଜରା, କାନାକୋଟ ସରପଞ୍ଚ କୁମଦନୀ ଭତ୍ରା,ନାୟକ ସରପଞ୍ଚ ମସୁ ଭତ୍ରା, ସମିତି ସଭ୍ୟା ଚମ୍ପା ଭତ୍ରା, ପଂଚାୟତ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ଜନସାଧାରଣ ଉପସ୍ଥିରହି ରୁଷ୍ଟ କଣ୍ଟରେ ବିଦାୟ କାଲିନ ଜଣେଇବା ସହିତ ତାଙ୍କ ସୁଖମୟ ଜୀବନର କାମନା କରିଛନ୍ତି |ପ୍ରକାଶ ଥାଉ କି, ପିଇଓ ଜହର ଗଣ୍ଡ 2013 ମସିହାରେ ଝରିଗାଁ ବ୍ଳକରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଇ ବକଡାବେଡା, ଧୋଡ୍ରା, ଡାଙ୍ଗରୀଗୁଡା ଓ ଭିକ୍ଷା ପଂଚାୟତରେ କାର୍ଯ୍ୟ ତୁଲେଇ ଥିଲେ | ସେ ଦୀର୍ଘ 9ବର୍ଷ ଧରି କାର୍ଯ୍ୟ ତୁଲେଇବା ପରେ ଆଜି ଚାକିରୀ ଜୀବନରୁ ଅବସର ନେଇଛନ୍ତି |ସେ ଜଣେ ମେଳାପୀ, ମିଷ୍ଟଭାଷୀ, କର୍ତଵ୍ୟ ନିଷ୍ଠା ଓ,ଧର୍ମ ପରାୟଣ ବ୍ୟକ୍ତି ଅଟନ୍ତି |ଭିକ୍ଷା ପଂଚାୟତରେ କାର୍ଯ୍ୟ କରୁଥିବା ମଧ୍ୟରେ ପିଠା କାର୍ଯ୍ୟକ୍ରମ ପାଇଁ ପଂଚାୟତ ପ୍ରଥମ ପୁରସ୍କାର ପାଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ପଂଚାୟତ 2ଥର ପୁରସ୍କୃତ ହୋଇଥିଲା |ଆଜି ତାଙ୍କ ସ୍ଥାନ ପୂରଣ ପାଇଁ ଗଣେଶ୍ୱର ପଣ୍ଡା ନାମକ ପିଇଓ କାର୍ଯ୍ୟରେ ଯୋଗ ଦେଇଛନ୍ତି |ପିଇଓ ଜହର ଗଣ୍ଡ ସବୁଦିନ ପାଇଁ ପଂଚାୟତବାସୀଙ୍କ ହୃଦୟରେ ରହିବେ ବୋଲି ମଞ୍ଚାସିନ କର୍ମଚାରୀ ମାନେ କହିଛନ୍ତି |