ବକଡାବେଡାରେ ଜାଡ଼େଶ୍ୱରଙ୍କ ଶିବରାତ୍ରି ବଜାର ଅନୁଷ୍ଠିତ
ଝରିଗାଁ ୨୩/୦୨ ( ନକୁଳ ଭତ୍ରା ) : ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡାବେଡା ପଞ୍ଚାୟତ ସଦର ମହୋକୁମା ସ୍ଥିତ ଟେଣ୍ଡକାଗୁଡା ଠାରେ ବିରାଜିତ ଶ୍ରୀ ଶ୍ରୀ ଜାଡ଼େଶ୍ୱର ମନ୍ଦିର ରେ ଚଳିତ ବର୍ଷ ମହାଶିବରାତ୍ରି ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ଆଦିବାସୀ ପରମ୍ପରା ସଂସ୍କୃତି ଅନୁଯାୟୀ ଏହି ପ୍ରଭୁ ଜାଡ଼େଶ୍ୱର ନାମରେ ପୂଜା ପାଉଛନ୍ତି। ଦେବାଧିଦେବ ମହାଦେବଙ୍କ ଉପରେ ଭକ୍ତି ଆରାଧନା ସହ ଆସ୍ଥା ଓ ବିଶ୍ୱାସ କୃପା ଲାଭ କରିବା ପାଇଁ ଆଜି ଭୋର ସକାଳୁ ଶ୍ରଦ୍ଧାଳୁମାନଙ୍କ ଜନ ସମାଗମ ହୋଇଥିଲା। ବକଡାବେଡା ଗ୍ରାମର ଆଖ ପାଖ ଅଞ୍ଚଳରୁ ଭକ୍ତମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ଜାଡ଼େଶ୍ୱର ପ୍ରଭୁଙ୍କର ଦିବ୍ୟ ଦର୍ଶନ କରିପାରିବେ ଏବଂ ଭକ୍ତମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପୋଲିସ ବାହିନୀ ମାନଙ୍କର ସହଯୋଗ ଓ ଜାଡ଼େଶ୍ୱର ଯୁବକ ସଂଘ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଶିବରାତ୍ରୀ ଅବସରରେ ମନୋରଞ୍ଜନ ସକାଶେ ‘ସାମାଜିକ ନାଟକର’ ଆୟୋଜନ କରାଯାଇଛି।ଉଠାଦୋକାନୀ ସାଙ୍ଗକୁ ଲୋକଙ୍କ ପ୍ରବଳ ବିଡ ଦେଖିବାକୁ ମିଳିଛି | ବଜାର ଦେଖିବା ପାଇଁ ବହୁ ଦୁର ଦୂରାନ୍ତରୁ ଲୋକେ ଆସନ୍ତି ତାକୁ ଦୁଷ୍ଟିରେ ରଖି କମିଟି ତରଫରୁ ବ୍ୟାପକ ବନ୍ଧବସ୍ଥ କରାଯାଇଛି | ଜାଡ଼େଶ୍ୱର ମହାଦେବ ବଜାର କମିଟିର ସଦସ୍ୟ ସଭାପତି ସୁବାଷ ଭତ୍ରା,କସାଦ୍ୟକ୍ଷ ମହାଦେବ ମାଝୀ, ସେକ୍ରେଟାରୀ ନାରାୟଣ ଭତ୍ରା,ମହେଶ୍ୱର ଗୌଡ଼,ଦୟମନ ଭତ୍ରା,ରଘୁନାଥ କଲାର,ଶିବରାମ ଭତ୍ରା,ଯୁଗସାଇ କଲାର,ସହଦେଵ ପନକା, ଭଜନ କଲାର,ପିତାମ୍ବର ମାଝୀ,ସିମାଞ୍ଚଳ ଭତ୍ରା,ଅସ୍ତୁ ଭତ୍ରା,ଚତୁର୍ଘନ ଭତ୍ରା,ପେରମ ଭତ୍ରା,କନାଇଁ ଭତ୍ରା,ନାରାୟଣ ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ସୁପରିଚାଳନା କରିଥିଲେ | |