Hot Posts

6/recent/ticker-posts

ଚଞ୍ଚକୋତା କରି ବସ ପରମିଟ ହାତେଇବା ଏବଂ ଅନ୍ୟାନ୍ୟ ଅଭିଯୋଗ।

ଜୟପୁର, ୧୨/୦୨ ( ଏ. ଭେଙ୍କଟ ରାଓ ) : ମା ଜଗତ ଜନନୀ ଘରୋଇ ବସ ମାଲିକ ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ରାୟ ସମ୍ପାଦକ ବିଏସଆର ସେନାପତି, ଉପ ସଭାପତି ଅଜୟ ରାଉତ ତିରୁପତି ପାଣିଗ୍ରାହୀ ଫିରୋଜ ତୁରୁକ ପ୍ରମୁଖ ଏକ ସାମ୍ୱାଦିକ ସମ୍ମିଳନୀରେ ଜୟପୁର ଘରୋଇ ବସ ମାଲିକ ସଂଘ ସମ୍ପାଦକ, ପରିବହନ କମିଶନର, କୋରାପୁଟ ଜିଲ୍ଲାପାଳ, ପିଡି ଡୁଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ବିରୁଦ୍ଧରେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ୪୦୧୬/୨୦୨୬ ଅନୁଯାୟୀ ଏକ ମକଦମ୍ମା ରୁଜୁ କରାଯାଇଛି ଏହା ସହ ଅନ୍ୟାନ୍ୟ ଅଭିଯୋଗ ହୋଇଛି। ଏଥିରେ ଦର୍ଶାଯାଇଛି ଯେ ଚିକିତ୍ସା ପ୍ରମାଣ ପତ୍ର ଦେଇ ସେହି ସମୟରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ବସ ପାଇଁ ରୁଟ ପରମିଟ ହାତେଇବା, ପ୍ରାଇଭେଟ୍ ବସ ଷ୍ଟାଣ୍ଡର ଦୋକାନ ଗୃହ ଗୁଡ଼ିକ ପୌର ପରିଷଦ ଆବନ୍ଟନ ନକରିବା, ବସଷ୍ଟାଣ୍ଡ ପାର୍କିଂ ଫିଜ ପୌରରେ ଜମା ନକରିବା, ବିନା ନିର୍ବାଚନରେ ଘରୋଇ ବସ ମାଲିକ ସଂଘର ଜୋନ ୧୧ ର ଉପ ସଭାପତି ଭାବେ ନିଜକୁ ଘୋଷିତ କରିବା ଇତ୍ୟାଦି ରୋହିଛି ବୋଲି ଅଭିଯୋଗ କରିଛନ୍ତି। ଘରୋଇ ବସ ମାଲିକ ସଂଘର ସମ୍ପାଦକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯିଏ ନିଜ ପ୍ରରିଜନଙ୍କୁ ଠକାମି କରିବାରେ ଜେଲ ପଠାଇ ଥିଲେ ସେ କରିଥିବା ଅଭିଯୋଗର କେତେ ସତ୍ୟତା ରୋହିଥିବ ସାଧାରଣରେ ଏକ ସମୀକ୍ଷା କରିବା ଦରକାର ବୋଲି କହିଥିଲେ।