Hot Posts

6/recent/ticker-posts

କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନମୋର୍ଜା ଆହ୍ବାନରେ ସାଧାରଣ ଧର୍ମଘଟ।

ଜୟପୁର, ୧୨।୨ ( ଏ. ଭେଙ୍କଟ ରାଓ ) : ଭାରତ ବନ୍ଦର ଆଂଶିକ ପ୍ରଭାବ ପଡିଛି ଜୟପୁର ସହରରେ। ଏହି ବନ୍ଦ ଡାକରାରେ ସାମିଲ ଥିଲେ ସିପିଆଇ ଦଳରୁ କମ୍ରେଡ ରାମକୃଷ୍ଣ ଦାସ,, ସତ୍ୟବ୍ରତ ନନ୍ଦ, ଯୁଧିଷ୍ଟିର ରାଉଳ, ପ୍ରମୋଦ ମହାନ୍ତି, କବିର ନାଥ ଭତ୍ରା, ପୂର୍ଣ୍ଣଚନ୍ଦ୍ର ସୁନା, ଓଏସଆରଟିସିରୁ ପି ରାମ ବାବୁ, ୟୁ ଭି ଉପାଧ୍ୟାୟ, ଏନଏସଆର ମୂର୍ତ୍ତୀ, ଏସ ଗଣେଶ, ଦଣ୍ଡପାଣି ପାତ୍ର ବିଦ୍ୟୁତ ବିଭାଗରୁ ଉପଦେଷ୍ଟା ଅଭିମନ୍ୟୁ ଭଟ୍ଟମିଶ୍ର,ଆଶିଷ ତ୍ରିପାଠୀ, ମୋନଜ ପାଣିଗ୍ରାହୀ, ଆରପି ସାହୁ ଏବଂ ଆଇଏନଟିୟୁସି କୋରାପୁଟ ସଭାପତି ଭଗବାନ ବାହିନୀପତି, ମିନାଲ କାନ୍ତ ହରିଜନ, ପବିତ୍ର ଭତ୍ରା, ବସନ୍ତ ନାୟକ ଏବଂ ପାଚିକା ସଂଘ, ପେପର ମିଲ ସଂଘ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ବିରୁଦ୍ଧରେ ନାରା ବାଜି କରିଥିଲେ। ମୁଖ୍ୟଦାବୀ ଗୁଡ଼ିକ ମଧ୍ୟରୁ ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରଦ୍ଦ କର, ଭିବି ଜି ରାମ ଜି ଆଇନ-୨୦୨୫ ରଦ୍ଦ କରି ମହାତ୍ମାଗାନ୍ଧୀ ମନରେଗା ପୁନର୍ବାହାଲ କର, ପେପର ମିଲ କାର୍ଯ୍ୟକ୍ଷମ କରିବା ସହ ବକେୟା ଦରମା ଦେବା, ପୁରୁଣା ପେନସନ ଲାଗୁ କରିବା,ଅଙ୍ଗନଓ୍ବାଡ଼ି, ଆଶା, ପାଚିକା, ଜୀବିକା ମିଶନ କର୍ମୀ, ଉଦ୍ୟାନସାଥୀ ଓ ଗ୍ରାମପଞ୍ଚାୟତ କର୍ମୟରୀଙ୍କୁ ଓ୍ବାର୍କର ମାନ୍ୟତା ସହ ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା, ପୁରୁଣା ପେନସନ ପୁନର୍ବାହାଲ କରିବା, ରାଷ୍ଟ୍ରିୟ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଘରୋଇ ସେକ୍ଟରରେ ଆଣବିକ ଶକ୍ତି ଶାନ୍ତି ବିଲ ରଦ୍ଦ କର, ଦରବୃଦ୍ଧି ବନ୍ଦ କରିବା ଓ କୃଷକ ମାନଙ୍କ ସ୍ୱାର୍ଥରେ ଏମଏସପି ଆଇନ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ଏହି ସାଧାରଣ ଧର୍ମଘଟ କରିଥିଲେ।