Hot Posts

6/recent/ticker-posts

ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।

କୋକସରା, ୦୧/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ମାଝୀଗୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଞ୍ଚଳିକ ଡମ୍ବ ସମାଜ ର ଦୁଇ ଗୋଷ୍ଠି ମଧ୍ୟରେ ଭବନ ନିର୍ମାଣ କୁ ନେଇ ଲାଗି ରହିଥିବା ବିବାଦ କୁ ନେଇ ଡମ୍ବ ସମାଜ ର ସଭାପତି ବନମାଳୀ ବାଗ ଙ୍କ ସଭାପତିତ୍ୱ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସାମ୍ବାଦିକ ସମ୍ମିଳନୀ ରେ ପୂର୍ବ ସରକାର ସମୟରେ ଆମ୍ବେଦକର ଭବନ ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ସମାଜ ର ମୁଷ୍ଟିମେୟ ଜୈନିକ ବ୍ୟକ୍ତି ନିଜେ ଭବନ ନିର୍ମାଣ ପାଇଁ ଦେଇଥିବା ଜମି କୁ ନିଜ ମାଲିକାନା ରେ ରଖି ଆଞ୍ଚଳିକ ଡମ୍ବ ସମାଜ ବିରୋଧ ରେ ଯାଇ ଅନ୍ୟ କିଛି ଗୋଷ୍ଠି ଙ୍କୁ ନେଇ ବିବାଦ ସୃଷ୍ଟି କରିଥିବା କାରଣ କୁ ନେଇ ଆଜି ଆଞ୍ଚଳିକ ଡମ୍ବ ସମାଜ ପକ୍ଷରୁ ସେମାନଙ୍କ ମତ ରଖିବା ସହ ପ୍ରଶାସନ ନିକଟରେ ବେଆଇନ ଭବନ ନିର୍ମାଣ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ।