ବରୀ ହାଟର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ ।
ବରୀ, ୦୪/୦୧ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳରେ ଏକ ସ୍ଥାୟୀ ହାଟ ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ଶେଷରେ ସରକାରଙ୍କ ପକ୍ଷରୁ ଏକ ହାଟ ନିର୍ମାଣ ନିମନ୍ତେ ଅନୁମତି ମିଳିଲା। ହେଲେ ଏହି ହାଟର ସ୍ଥାୟୀତ୍ୱକୁ ନେଇ ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ସରକାରଙ୍କ ପକ୍ଷରୁ ନିର୍ମିତ କରାଯାଉଥିବା ଏହି ହାଟ ସମ୍ପୂର୍ଣ୍ଣ ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି ।ଏହି କାର୍ଯ୍ୟକୁ କରୁଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମିଲି ଭଗତ ରେ ଜନ ସାଧାରଣଙ୍କ ସ୍ୱାର୍ଥକୁ କବର ଦିଆଯାଉଛି ।ଅଭିଯୋଗ ମୁତାବକ ଏଠାରେ ନିର୍ମାଣ କରାଯାଇଥିବା ଗୃହ ଗୁଡିକରେ ବାଲି ଫିଲିଙ୍ଗ ହେବା ବଦଳରେ ମାଟି ଫିଲିଙ୍ଗି ହେଉଛି ।ଖାଲି ସେତିକି ନୁହେଁ ମୋଟା ବାଲି ବଦଳରେ ପତଳା ବାଲିରେ ମଧ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି । ଅନ୍ୟପଟେ କାର୍ଯ୍ୟ କୁ ବିଭାଗ ପକ୍ଷରୁ ତଦାରଖ କରିବା ପାଇଁ ନିୟମ ରହିଥିବା ବେଳେ ଏଠାରେ ବିଭାଗୀୟ ଅଧିକାରୀ ରହିବାତ ଦୂରର କଥା ଏମାନଙ୍କୁ କାର୍ଯ୍ୟ ସ୍ଥଳରେ ଦିନେ ହେଲେ ଦେଖିବାକୁ ମିଳୁନାହିଁ । ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ପ୍ରକଳ୍ପ ପାଣିରେ ପଡ଼ିବାକୁ ବସିଲାଣି।ସେପଟେ ବିଭାଗୀୟ ଅଧିକାରୀ ଓ ଠିକାଦାର ନିଜର ପକେଟ ଗରମ କରିବାରେ ବ୍ୟସ୍ତ। ଫଳରେ ହାଟର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଧିକାରୀ କର୍ଣ୍ଣ ପାତ କରୁନଥିବା ଅଭିଯୋଗ ହୋଇଛି।ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହୋଇଛି ।