Hot Posts

6/recent/ticker-posts

ଝରିଗାଁ ବ୍ଲକରେ ବନ୍ଦ ସଫଳ

ଝରିଗାଁ, ୧୧/୦୨ ( ନକୁଳ ଭତ୍ରା ) : ମିଳିତ ସଂଗ୍ରାମୀ ମଞ୍ଚ ପକ୍ଷୟରୁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ଉମରକୋଟ କୁ ସୂତନ୍ତ୍ର ସବ ଡିଭିଜନର ମାନ୍ୟତା ପ୍ରଦାନ ଓ ଜମି ବନ୍ଦୋବସ୍ତ ସମସ୍ୟାର ସ୍ଥାୟୀ ସମାଧାନ ଦାବୀ ନେଇ ଗତକାଲି ଝରିଗାଁ ବ୍ଲକ ବନ୍ଦ ଥିଲା | ଝରିଗାଁ ବ୍ଲକ କଂଗ୍ରେସ ସଭାପତି ତମ୍ବୁଦାସ ପନକାଙ୍କ ନେତୃତ୍ୱରେ ବନ୍ଦ ପାଳନ ହୋଇଥିବା ବେଳେ କଂଗ୍ରେସ କର୍ମୀ ମହେଶ୍ୱର ଭତ୍ରା, ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ, ମହାଦେବ ମାଝୀ, ପବିତ୍ର ମାଟିଆ,ବୁଲୁ ଗୌଡ଼, ଭିକାରି ନାୟକ, ଗୋବିନ୍ଦ ପଟନାୟକ, ପ୍ରଫୁଲ ଗୌଡ଼, ଡମ୍ବରୁ ପନକା, ରବୀନ୍ଦ୍ର ନାୟକ, ମେଙ୍ଗ ହରିଜନ, ସୁବାସ ସାଗର, ଶ୍ରୀଧର ସାଗରିଆ,ସାଗରଦାସ ପନକା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ | ଯାନ ବାହାନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିବା ଯୋଗଁ ଯାତ୍ରୀ ଓ କାଉଟିମାନେ ସମସ୍ୟାର ସମୁଖୀନ ହୋଇଥିଲେ |