ଝରିଗାଁ ରେ ନୂତନ ଆଇ ଆଇସିଙ୍କ ଯୋଗଦାନ
ଝରିଗାଁ, ୧୧/୦୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ଙ୍କ ବଦଳି ପରେ ନୂତନ ଆଇ ଆଇ ସି ଭାବେ ରଚିତା ମାଡକାମୀ ଗତ ସମବାର ଦିନ ଝରିଗାଁ ଥାନା ରେ ଯୋଗଦାନ କରିଛନ୍ତି | ଝରିଗାଁ ଥାନା କତୃପକ୍ଷଙ୍କ ପକ୍ଷରୁ ସ୍ୟୁଗତ କରିବା ସହ ଶୁଭେଛା ଜ୍ଞାପନ କରିଛନ୍ତି | ଏହା ପୂର୍ବରୁ ରଚିତା ମେଡ଼ମ କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୋରିଗୁମା ଥାନା ରେ ସବ ଇନିସ୍ପେକଟର ଭାବେ କାର୍ଯ୍ୟରତ ଥିଲେ | ଆଇ ଆଇ ସି ରଚିତା ମାଡକାମୀ ନିଜର କାର୍ଯ୍ୟ ଦକ୍ଷତା ମେଳାପୀ ଓ ବନ୍ଧୁତ୍ୱପୂର୍ଣ ସ୍ଵଭାବ ଯୋଗୁଁ ବିଭାଗରେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି | ସାମ୍ପ୍ରତିକ ସ୍ଥିତିରେ ଅଞ୍ଚଳରେ ଆଇନ ଶୁଙ୍କଳା ପରିସ୍ଥିତିକୁ ସୁଦୃଡକରିବା ସହ ଜନସାଧାରଣ ଙ୍କ ପ୍ରତି ନ୍ୟାୟକ ବ୍ୟବସ୍ଥା ପ୍ରଧାନ କରିବା ପୋଲିସ ର ପ୍ରଥମ ଆଭିମୁଖ୍ୟ ରହିଛି ବୋଲି କହିଛନ୍ତି | ସ୍ଥାନୀୟ ବୁଦ୍ଧିଜୀବୀ ଓ ସର୍ବସାଧାରଣ ଙ୍କ ପକ୍ଷରୁ ମେଡମ ମାଡକାମୀଙ୍କୁ ନୂତନ ଅଞ୍ଚଳରେ ନିଜ ଦାୟିତ୍ୱ କୁ ସୁଚାରୁରୂପେ ନିର୍ବାହ କରିବାକୁ ଅପେକ୍ଷା କରିଛନ୍ତି |