Hot Posts

6/recent/ticker-posts

ବିଧବା ଗୁରୁବାଙ୍କୁ ନାହିଁ ଆଧାରକାର୍ଡ ଓ ପରିଚୟପତ୍ର, ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ

ଝରିଗାଁ, ୧୧/୦୨ ( ନକୁଳ ଭତ୍ରା ) : ଆଧାରକାର୍ଡ ଓ ପରିଚୟପତ୍ର ନଥିବାରୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଂଚାୟତ ମୁଣ୍ଡାଗୁଡା ଗ୍ରାମର ଗୁରା ସାନ୍ତା ବୟସ (78)ସରକାରୀ ଯୋଜନା ରୁ ବଞ୍ଚିତ ହୋଇ ଆସୁଛନ୍ତି | ଗୁରାଙ୍କ ସ୍ୱାମୀ ମୁର୍ତ୍ତୃ କୁ (40)ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ପରିଚୟପତ୍ର ନଥିବାରୁ ବିଧବା ଭର୍ତ୍ତା ମିଳୁନି | ସେଇପରି ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର କଣ୍ଡେ ନାହିଁ | ମାଟି ଜାଟି ଘରେ ରହୁଛି | ସରକାର ସାୟାୟତା କହିଲେ ପୁଅ ଓ ବୋହୁଙ୍କୁ ମିଳୁଥିବା 10କେଜି ରାସନ ଚାଉଳ ରେ 3ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହେଉଛି |ସଚେତନତା ଅଭାବ ସାଙ୍ଗକୁ ପ୍ରଶାସନ ଅଧିକାରୀଙ୍କ ଅବହେଲା ଯୋଗଁ ଆଧାରକାର୍ଡ ଓ ଭୋଟର ପରିଚୟ ପତ୍ର ମିଳିପାରିନାହିଁ | ପଂଚାୟତ ଠାରୁ ବ୍ଲକ ଜିଲ୍ଲା ସ୍ତରରେ ଜନଶୁଣାଣୀ ଶିବିର ଆୟୋଜିତ ହେଉଛି | ତେବେ ସଚେତନର ଅଭାବ ଯୋଗଁ ଏହି ଭଳି ଅନେକ ହିତାଧିକାରୀ କିଛି ନଜାଣି ବଞ୍ଚିତ ରହିଛନ୍ତି | ଗୁର ସାନ୍ତା ଭୋଟର ପରିଚୟ ପତ୍ର ଓ ଆଧାରକାର୍ଡ ପାଇଁ ଅନେକ ତର ଆବେଦନ କରିଥିଲେ ହେଁ ଏଯାଏଁ ଭୋଟର କାର୍ଡ କି ଆଧାରକାର୍ଡ ହୋଇପାରିନାହିଁ | ଫଲରେ ବିଧବା ଭର୍ତ୍ତା କି ବାର୍ଦ୍ଧକ୍ୟ ଭର୍ତ୍ତା ପାଇଁ ଆବେଦନ କରିପାରୁନାହାନ୍ତି | ତେଣୁ ପ୍ରଶାସନ ତତ୍ପରତା ଦେଖାଇ ଭୋଟର କାର୍ଡ ଓ ଆଧାରକାର୍ଡ ର ବ୍ୟବସ୍ଥା କରିବା ସହିତ ଯାତାଶୀଘ୍ର ଭର୍ତ୍ତା ଯୋଗାଇଦେବାକୁ ସେ ଦୁଃଖର ସହିତ ସରକାରଙ୍କୁ ଗୁଆରି ଜଣାଇଛନ୍ତି |