ଓଁକାର ପକ୍ଷରୁ ସୁବର୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭଜନ ସନ୍ଧ୍ୟା କାର୍ଯକ୍ରମ
ବରୀ, ୧୯/୦୨ ( ରଂଜିତ ମହାନ୍ତି ) : ଓଡ଼ିଶାର ପ୍ରତିଷ୍ଠିତ ସାଂସ୍କୃତିକ ସଂଗଠନ ଓଁକାର ସୋସିଆଲ ଅର୍ଗାନାଇଜେଶନ ପକ୍ଷରୁ ପ୍ରତିବର୍ଷଭଳି ଏବର୍ଷ ଜାଗର ଯାତ୍ରା ଅବସରରେ ବରୀବ୍ଲକ ଅନ୍ତର୍ଗତ ସ୍ୱାଇଁଖଣ୍ଡସ୍ଥିତ ସୁବର୍ନେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଭଜନ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଙ୍କଜ ଜାଲ, ମୋନାଲି ମଧୁସ୍ମିତା, ମମି, ବିଜୟ କୁମାର ପ୍ରଭୃତି ବିଶିଷ୍ଟ କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିଥିବା ବେଳେ ଉଦଘୋଷକ ଭାବେ କଣ୍ଠଶିଳ୍ପୀ ତଥା ହାସ୍ୟ ଅଭିନେତା ବିଭୁ ମିଶ୍ରଙ୍କ ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ଥିଲା। ଏଠାରେ ଉଲ୍ଲେଖନୀୟ ଓଁକାର ସୋସିଆଲ ଅର୍ଗାନାଇଜେଶନର ପ୍ରତିଷ୍ଠାତା ଦିଲ୍ଲିପ କୁମାର ଜେନା ପ୍ରତିବର୍ଷ ବରୀ ଅଞ୍ଚଳର ଭିନ୍ନ ଭିନ୍ନ ଶିବାଳୟ ପରିସରରେ ଭଜନ ପରିବେଷଣ କରିଥାଆନ୍ତି। କାର୍ଯକ୍ରମ ପରିଚାଳନାରେ ଓଁକାର ସଂଗଠନର କର୍ମକର୍ତ୍ତା ଅକ୍ଷୟ କୁମାର ଜେନା, ବସନ୍ତ ଭୂୟାଁ, ଗୁରୁ ଚରଣ ଦାସ, ମନୋଜ ମହାପାତ୍ର, କିଶୋର ଚନ୍ଦ୍ର ଦାସ, ତୁଷାର ଶ୍ୟାନ୍ତୀ, ସୁନିଲ ଭୂୟାଁ ଏବଂ ମନ୍ଦିର କମିଟିର ସଭାପତି ଗଗନ ବିହାରୀ ଜେନା, ସମ୍ପାଦକ ଦାମୋଦର ସାମଲ, ବିଜୟ କୁମାର ନାୟକଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।