ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ତେନ୍ତୁଳୀଖୁଣ୍ଟି ବ୍ଲକ : 1491 ପରୀକ୍ଷାର୍ଥୀ, 7 କେନ୍ଦ୍ରରେ କଡ଼ା ସୁରକ୍ଷା।
ନବରଙ୍ଗପୁର, ୧୯/୦୨ ( ଶେଖର ଖୁରା ) : ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ ଓଡିଶା ପକ୍ଷରୁ ଆଜିଠାରୁ ବାର୍ଷିକ ହାଇସ୍କୁଲ ମାଟ୍ରିକ ପରୀକ୍ଷା, ଆରମ୍ଭ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ତେନ୍ତୁଳୀଖୁଣ୍ଟି ବ୍ଲକ ସର୍ବମୋଟ 1491ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏହି ପରୀକ୍ଷା ପାଇଁ ବ୍ଲକ ରେ 7 ଟି ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଥିବାବେଲେ 1500 ରୁ 1491 ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି ଏବଂ 9 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିପାରିବି ନାହାନ୍ତି ।ସାତୋଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ସରକାରୀ ବାପୁଜୀ ଉଚ୍ଚ ବିଧ୍ୟାଳୟ ତେନ୍ତୁଳୀଖୁଣ୍ଟି.ଦୁଇ ଜଣ.ଦିବ୍ୟ ହୃଦୟ ଉଚ୍ଚ ବାଳିକା ଵିଧ୍ୟାଳୟ.0 ସରକାରୀ ଉଚ୍ଚ ବିଦ୍ୟାଳୟ ଅଂଚଳ ଗୁମା ଦୁଇଜଣ . ପ୍ରୋଜେକ୍ଟ ଉଚ୍ଚ ଵିଧ୍ୟାଳୟ ଖାତି ଗୁଡା ଜଣେ . ଇନ୍ଦ୍ରା ପ୍ରିୟ ଦର୍ଶନୀ ଉଚ୍ଚ ବିଧ୍ୟାଳୟ କୁକୁଡ଼ା ବାଇ .ଦୁଇଜଣ ସରକାରୀ ଏସ ଏସ ଡି ଉଚ୍ଚ ବିଧ୍ୟାଳୟ.ପାତ୍ର ପୁଟ.ଜଣେ ସରକାରୀ ଏସ ଏସ ଡି ସରକାରୀ ଉଚ୍ଚ ବିଧ୍ୟାଳୟ ବୀଜରା ଗୁଡା ଜଣେ ଏହିପରି ନଅ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ରେ ଅଂଶ ଗ୍ରହଣ କରି ନ ଥିବାର ସୂଚନା ପ୍ରଦାନ କରା ଯାଇଛି l ଏହା ଆସନ୍ତା ମାସ ମାର୍ଚ୍ଚ ୨ ତାରିଖରେ ପରୀକ୍ଷା ଶେଷ ହେବ। ପରୀକ୍ଷା ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ହେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ରଗୁଡିକରେ ପିଲାମାନଙ୍କୁ କଡ଼ାକଡ଼ି ଚେକିଂ ପରେ ଭିତରକୁ ପ୍ରବେଶ କରାଯାଉଛି। ଏହାସହିତ ସ୍କୁଲ ପକ୍ଷରୁ ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧାର ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ପରୀକ୍ଷାର୍ଥୀମାନେ ସୁବିଧାର ସହ ପରୀକ୍ଷା ଦେଇପାରିବେ।
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର