Hot Posts

6/recent/ticker-posts

ବିଦଗ୍ଧ ଚିନ୍ତାମଣି କାବ୍ୟର ଇଂରାଜୀ ଅନୁବାଦକଙ୍କୁ ସମ୍ବଦ୍ଧନା

ବରୀ, ୧୧/୦୨ ( ରଂଜିତ ମହାନ୍ତି ) : ଓଡ଼ିଆ ସାହିତ୍ୟରେ ବିଦଗ୍ଧକବି ଭାବେ ଅଭିମନ୍ୟୁଙ୍କ ପରିଚୟ ସ୍ବତନ୍ତ୍ର | ତାଙ୍କର କାଳଜୟୀ ରଚନା ‘ବିଦଗ୍ଧ ଚିନ୍ତାମଣି ଓଡ଼ିଆ କାବ୍ୟ ସମ୍ଭାରର ଏକ ଅମୂଲ୍ୟ ସମ୍ପଦ ! ଏହାକୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳ ଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଯଚିନ୍ଦ୍ର ରାଉତ ଇଂରାଜୀ ଅନୁବାଦ କରିଛନ୍ତି I ଅନୁବାଦର ନାମ ରହିଛି 'ଦି ୱାଇଲ୍ଡ ଅଫ ଦି ଏନଚାଣ୍ଟେଡ ହାର୍ଟ । ଏହି ବିରଳ ପୁସ୍ତକର ରଚୟିତା ଶ୍ରୀ ରାଉତଙ୍କୁ କବିଙ୍କ ଜନ୍ମ, ସାଧନା ଓ ସମାଧୂ ପୀଠ ଅଭିମନ୍ୟୁ ବାଲିଆ ଲିଆଠାରେ ସମ୍ବଦ୍ଧିତ କରାଯାଇଛି । ଦୀର୍ଘ ବର୍ଷର ସାଧନା ପରେ ବିଦଗ୍ଧ ଚିନ୍ତାମଣି ଆଠ କଷ୍ଟଲବ୍ଧ ଶବ୍ଦକୁ ବ୍ଦକୁ ଇଂରାଜୀ ଷାରେ ପରିବର୍ଜିତ କରିବା ସହିତ ତା'ର ଭାବ ରକ୍ଷା ଉପରେ ଶତପ୍ରତିଶତ ପ୍ରଚେଷ୍ଟା କରାଯାଇଛି ବୋଲି ସମ୍ବର୍ଦ୍ଧନା ଅବସରରେ ପ୍ରଫେସର ରାଉତ ଗଣମାଧ୍ୟମକୁ କହିଛନ୍ତି । ଇଷ୍ଟଦେବ ରାଧାମୋହନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସମ୍ବଦ୍ଧନା କାର୍ଯ୍ୟକ୍ରମରେ କବିଙ୍କ ବଂଶଜ ତଥା ଥା ସମାଜସେବୀ ନିମାଇଁ ରାୟ ଅଧ୍ଯକ୍ଷତା କରିଥିଲେ । ବଂଶଜ କୁଞ୍ଜବିହାରୀ ରାୟ ଓ ମନ୍ମଥ ରାୟ ଅନୁବାଦକ ଶ୍ରୀ ରାଉତଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଶମ୍ଭୁନାଥ ରାୟ ବିଭୂତି ଭୂଷଣ ଜେନା, ସରୋଜ ଜେନା, ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା, ସୁବଳ ବଳ ପ୍ରମୁଖ ଉପସ୍ଥିତ ଥିଲେ । ଅନୁବାଦକ ପ୍ରାଧ୍ୟାପକ ଶ୍ରୀ ରାଉତଙ୍କ ଏଭଳି ପ୍ରୟାସକୁ ସାହିତ୍ୟ ପ୍ରେମୀମାନଙ୍କ ପକ୍ଷର ପ୍ରଶଂସା କରାଯାଇଛି ।