“ବିକଶିତ ଭାରତ–ଜୀ ରାମ ଜୀ” କୁ ନେଇ ଏକ ସଚେତନତାମୂଳକ କର୍ମଶାଳା।
ଝରିଗାଁ, ୧୦/୦୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ମଣ୍ଡଲର ବକଡାବେଡା ଗ୍ରାମ ପଞ୍ଚାୟତର ଟେଣ୍ଡକା ଗୁଡା ଗ୍ରାମରେ ଅବସ୍ଥିତ ଝାଡ଼େଶ୍ୱର ମନ୍ଦିର ପ୍ରାଙ୍ଗନରେ “ବିକଶିତ ଭାରତ–ଜୀ ରାମ ଜୀ” କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଧୋଡ୍ରା ମଣ୍ଡଲ ସଭାପତି ଭୁଜବଳ ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ କରିବା। “ବିକଶିତ ଭାରତ–ଜୀ ରାମ ଜୀ ଯୋଜନା ଗ୍ରାମୀଣ ଉନ୍ନତିକୁ ନୂଆ ଦିଗ ଦେବ। କାର୍ଯ୍ୟକର୍ତ୍ତାମାନେ ନିଷ୍ଠାର ସହିତ କାମ କରିବା ଦରକାର।”ବୋଲି ମୁଖ୍ୟ ବକ୍ତା ଭାବରେ ଧୋଡ୍ରା ମଣ୍ଡଳର ଜେନେରାଲ ସକ୍ରେଟାରୀ ସୁଜନ ଭକ୍ତ ଉପସ୍ଥିତ ରହି ତାଙ୍କ ଉଚ୍ଚକୋଟିର ବକ୍ତବ୍ୟ ମାଧ୍ୟମରେ କାର୍ଯ୍ୟକର୍ତ୍ତାମାନଙ୍କୁ ଦଳ ପାଇଁ ନିଷ୍ଠାପର ଭାବେ କାମ କରିବାକୁ ଆହ୍ୱାନ ଜଣାଇଥିଲେ | କର୍ମଶାଳାରେ ସୂଚନା ଦିଆଯାଇଥିଲା ଯେ, ଏହି ଯୋଜନାର ଚାରିଟି ପ୍ରମୁଖ ପ୍ରଥମିକତା—ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପ୍ରଶମନ।ଏହି କାର୍ଯ୍ୟକ୍ରମରେ ଧୋଡ୍ରା ମଣ୍ଡଲ ସଭାପତି ଭୁଜବଳ ଗୌଡ଼ , ମଣ୍ଡଳ ସେକ୍ରେଟାରୀ ସୁଜନ ଭକ୍ତ,ଧୋଡ୍ରା ପଂଚାୟତ ସଭାପତି ସୁବାଷ ପନକା, ବକଡାବେଡା ପଂଚାୟତ ସଭାପତି ଶିବରାମ ଭତ୍ରା, ଡାଙ୍ଗରୀଗୁଡା ପଂଚାୟତ ସଭାପତି ମସୁ ଭତ୍ରା, ଚାଟିଗୁଡା ପଂଚାୟତ ସଭାପତି ସୁତମ ଭତ୍ରା,ଧାମନାଗୁଡା ପଂଚାୟତ ସଭାପତି ସାନ,ସହ ଡମ୍ବରୁ ନାୟକ, ନର ଭତ୍ରା, ଦେବିସିଂ ଭତ୍ରା, ସୁନ୍ଧର ଦାସ, ମନୁ ଭତ୍ରା, ଭଜନ କଲାର, ଯୁଗସାୟ କଲାର, ଯୁଦିଆ ପୂଜାରୀ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ।