କଳାହାଣ୍ଡି, ୧୦/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜଙ୍ଗଲ ରେ ନିଆଁ ନ ଲଗାଇବା ପାଇଁ ଆହ୍ବାନ ସହ ନିଆଁ ଆୟତ୍ତ ପାଇଁ ସଜାଗ ରହିଛି ବନବିଭାଗ। ଅନ୍ୟ ବର୍ଷ ଅପେକ୍ଷା ଧିରେ ଧିରେ ସାଧାରଣ ଲୋକେ ସଚେତନ ହେଉଛନ୍ତି। ଏବଂ ଏଥିପ୍ରତି ବନବିଭାଗ ମଧ୍ୟ ତତ୍ପର ରହିଛି। ଜଙ୍ଗଲ ରେ ନିଆଁ ସୁରକ୍ଷା ପାଇଁ ସାମ୍ବାଦିକ ସମ୍ମିଳନୀ ରେ ସହକାରୀ ବନ ସଂରକ୍ଷକ, ଓମ୍ କାର ଦାସ, ଦିପ୍ତିମାନ ପଣ୍ଡା ରେଞ୍ଜ ଅଫିସର, ଜୋଗେନ୍ଦ୍ର ମାଝୀ ଫରେଷ୍ଟର କର୍ଲାପାଟ,ସୁଚନା ଦେଇଛନ୍ତି। ବନାଗ୍ନି ଘଟଣାଗୁଡ଼ିକ ବନ ପରିସ୍ଥିତି,ବନ୍ୟପ୍ରାଣୀ ଏବଂ ବନ ଉପରେ ନିର୍ଭରଶୀଳ ଜୀବିକା ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରୁଛି । ଡିଭିଜନରେ ବିଭିନ୍ନ ରେଞ୍ଜ, ସେକ୍ସନ ଏବଂ ବିଟ୍ ସ୍ଥଳରେ ୯ ଟି ନିର୍ଦ୍ଧ୍ୱ ବନାଟି ସୁରକ୍ଷା ଦଳ ନିଯୁକ୍ତ କରାଯାଇଛି ଏବଂ ୯ ଟି ଅଗ୍ନିଶମ ଯାନ ନିୟୋଜିତ କରାଯାଇଛି, ଯେଉଁମାନେ ପ୍ରାସ (୩୮କି ଲିଫ ବ୍ରୋଅର ଓ ୯୦ ଗୋଟି ଅକ୍ସି ସୁରକ୍ଷା ସାମଗ୍ରୀ ଯଥା :- ପ୍ରାଥମିକ ଚିକିତ୍ସା କିଟ୍, ହେଲମେଟ୍, ଜୋତା, ହେକର୍ ଏବଂ ବର୍ଜ ସହିତ ଅତ୍ୟାବଶ୍ୟକ ଅଛି ନିର୍ବାପନ ଉପକରଣ ସହ ପ୍ରସ୍ତୁତ ଅଛନ୍ତି। ବନ ସୁରକ୍ଷା ସମିତି, ପରିବେଶ ବିକାଶ କମିଟି ଏବଂ ସ୍ଥାନୀୟ ସମ୍ପ୍ରଦାୟଳ ସକ୍ରିୟ ଅଂଶଗ୍ରହଣକୁ ଜଙ୍ଗଲ ଅଧି ନିବାରଣ ଏବଂ ପ୍ରଶମନ ପାଇଁ ସୁନିଶ୍ଚିତ କରାଯାଇଛି। ଜଙ୍ଗଲ ଅଗ୍ନି ନିବାରଣ ଏବଂ ପ୍ରମେନ ପାଇଁ ୨୯୮ ଟି ସଚେତନତା କାର୍ଯ୍ୟକ୍ରମ ଜଙ୍ଗଲ ଅକ୍ତି ନିବାରଣ ଏବଂ ପ୍ରଶମନ ପାଇଁ ଆୟୋଜିତ ହୋଇଛି। ସଚେତନତା କାର୍ଯ୍ୟକ୍ରମ ପାଇଁ ୩୧୬ ଟି ଜଙ୍ଗଲ ଅଗ୍ନି ପ୍ରଭାବିତ ସୀମାନ୍ତ ଗ୍ରାମ କୁ ଜଙ୍ଗଲ ଅତି ନିବାରଣ ଏବଂ ପରିଚାଳନା ପାଇଁ ଚିହ୍ନଟ କରାଯାଇଛି। ବିଭାଗସ୍ତରୀୟ ତାଲିମ, ମକ୍ ଡ୍ରିଲ୍, ଜଙ୍ଗଲ ଅତି ନିବାରଣ ଏବଂ ପରିଚାଳନା ଉପରେ ପ୍ରଦର୍ଶନ ୨୯ ଜାନୁଆରୀ ରେ ଜାରିଙ୍ଗ ନର୍ସରୀରେ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ରେ ନିଆଁ ନ ଲଗେଇବା ଏକ ସଚେତନା କାର୍ଯ୍ୟକ୍ରମ ଏବଂ ବନ ବିଭାଗ ସଚେତନ କ୍ଷେତ୍ର ରେ ସବୁ ପ୍ରୟାସ କରାଯିବ ଆହ୍ୱାନ ଦେଇଛନ୍ତି ବନ ବିଭାଗ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ
