Hot Posts

6/recent/ticker-posts

ଶ୍ରୀଶ୍ରୀ ଇଶାଣେଶ୍ଵର ପୀଠ ରେ ୨୪ ପ୍ରହରୀ ନାମଯଜ୍ଞ

ବରୀ, ୧୯/୦୨ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାହସପୁର ଗ୍ରାମସ୍ଥିତ ଶ୍ରୀଶ୍ରୀ ଇଶାଣେଶ୍ଵର ମହାଦେବ ଙ୍କ ପୀଠ ସ୍ଥଳୀରେ ସ୍ୱର୍ଗତ ସାଉଁଟି ବାବା ଙ୍କ ଦ୍ୱରା ଦୀର୍ଘ ବର୍ଷ ଧରି ପ୍ରତିଷ୍ଠିତ ୨୪ ପ୍ରହରୀ ନାମଯଜ୍ଞ ସଂକ୍ରିତନ ଓ ଗୀତାମହାଯଜ୍ଞ ଗତ ମହାଶିବରାତ୍ରୀ ଠାରୁ ଆରମ୍ଭ ହେlଇ ପାଞ୍ଚ ଦିନ ବ୍ୟାପି କାର୍ଯ୍ୟକ୍ରମ ଚାଲୁରହିଛି l ଆରମ୍ଭ ଦିନ ଠାରୁ ଶୁଭାଧିବାସ, ନାମ ସଂକ୍ରିତନ, ନାମଯଜ୍ଞ, ଯଜ୍ଞ ନିୟତ୍ରଣ, ଗୀତାମହାଯଜ୍ଞ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେlଇଅଛି l ଆସନ୍ତା କାଲି ନଗର ଭ୍ରମଣ ସହିତ ସନ୍ଧ୍ୟା କେନ୍ଦ୍ରାପଡ଼ା ର ସୁମତି ସ୍ୱାଇଁ ଓ ତାଙ୍କର ସାଥୀମାନଙ୍କ ଦ୍ୱରା ପାଲା କାର୍ଯ୍ୟକ୍ରମ ରହିଛି l ଏଥିରେ ଆଖପାଖ ଅଞ୍ଚଳ ର କୀର୍ତ୍ତନ ମଣ୍ଡଳୀ ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗଦେଇ ଗୌରକୃପା ଲାଭ ସାଙ୍ଗକୁ ପ୍ରସାଦ ସେବନ କରୁଛନ୍ତି l କାର୍ଯ୍ୟକ୍ରମ କୁ ବାବା ଭୋଳାନାଥ ଦାସ ଓ ତାଙ୍କର ସହଯୋଗୀ ସାହସପୁର, ଗୋବିନ୍ଦପୁର, ଡଅଁରକୂଳ ଗ୍ରାମବାସୀ ବୃନ୍ଦଙ୍କ ଦ୍ୱରା ପରିଚାଲିତ ହେlଇଛି l