Hot Posts

6/recent/ticker-posts

ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଆଦିବାସୀ ଛାତ୍ର ଙ୍କୁ ନିର୍ଧୁମ ମାଡ଼ ମାରି ରୁମ ରେ ବନ୍ଦ କରିବା ଅଭିଯୋଗ। ଶିକ୍ଷକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି।

କୋଷାଗୁମୁଡା, ୧୯/୦୨ ( ଶେଖର ଖୁରା ) : ସାମ୍ନା କୁ ଆସିଲା କୋଷାଗୁମୁଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷକ ଙ୍କ ଦବଙ୍ଗଗିରି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ମାଝୀଗୁଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ। ସୂଚନା ମୁତାବକ ବିଦ୍ୟାଳୟ ର ଅଂଶୁମନ ଦାସ ନାମକ ଶିକ୍ଷକ ବିଦ୍ୟାଳୟ ରେ ୭ମ ଶ୍ରେଣୀ ରେ ପଢ଼ୁଥିବା ଭକ୍ତଦାସ ଚଲାଣ ଙ୍କୁ ବିଦ୍ୟାଳୟ ରେ ନିର୍ଧୁମ ମାଡ଼ ମରିବା ସହ କଲର ଧରି ଉପରକୁ ଟେକିବା ସହ ରୁମ ରେ ଏକୁଟିଆ କୁ ବନ୍ଦ କରିବା ଭଳି ସଂଗୀନ ଅଭିଯୋଗ ଛାତ୍ର ଭକ୍ତଦାସ ଚଲାଣ ଙ୍କ ପରିବାର ଆଣିଛନ୍ତି। ବିଦ୍ୟାଳୟ ରେ ଖାଇବା ଛୁଟି ସମୟରେ ଦୁଇ ଜଣ ଛାତ୍ର କୌଣସି କଥା କୁ ନେଇ ବିବାଦ ହେବାରୁ ଶିକ୍ଷକ ଛାତ୍ର ଭକ୍ତଦାସ ଙ୍କୁ ଉଚିତ ଦଣ୍ଡ ଦେବାକୁ ମନସ୍ତ କରି ଏଭଳି ମାରପିଟ କରିଲେ ବଲି ନିଜେ ଶିକ୍ଷକ ନିଜ ଭୁଲ ସ୍ୱୀକାରିଛନ୍ତି। ହେଲେ ଆଦିବାସୀ ଅଧୁଷିତ ଅଞ୍ଚଳ ରେ ଆଦିବାସୀ ଛାତ୍ର ଙ୍କୁ ଏଭଳି ନିର୍ଧୁମ ମାଡ଼ ମରିବା ପୁଣି ଦଣ୍ଡମୁକ୍ତ ବିଦ୍ୟାଳୟ ପରିସର ଭିତରେ କେତେ ଯୁକ୍ତିଯୁକ୍ତ ତାହା ବର୍ତମାନ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଯଦି ଉକ୍ତ ଛାତ୍ର ବିଦ୍ୟାଳୟ ରେ ପାଠ ପଢିବା ବିଷୟକୁ ନେଇକି ଶିକ୍ଷକ ଙ୍କ ତରଫରୁ ମାଡ଼ ମରା ହେଇଥାନ୍ତା ତ ପରିବାର ଚୁପ ରହିଥାନ୍ତେ କିନ୍ତୁ ଏଠି ଅନ୍ୟ ବିଷୟକୁ ନେଇ ବିଦ୍ୟାଳୟ ର ଛାତ୍ର ଙ୍କୁ ଏଭଳି ମାଡ଼ ମାରିବା ଶାରୀରିକି ପ୍ରତାରଣା ଦେବା ରୁମ ରେ ବନ୍ଦ କରିବା କଲର ଟେକିବା ଏହା ସମ୍ପୂର୍ଣ ଭାବେ ଶିକ୍ଷକ ଙ୍କ ଦବଙ୍ଗିରି କୁ ଦେଖାଉଛି। ଛାତ୍ର ଭକ୍ତଦାସ କୁ ଏଭଳି ଗାଲ ରେ ଚାପୁଡ଼ା ମରା ହେଇଛି ଯେ ଏବେ ଵି ଗାଲ ରେ ଶିକ୍ଷକ ଙ୍କ ହାତ ଚିହ୍ନ ଛଳ ଛଳ ଦିଶିବା ସହ ଗାଲ ଫୁଲି ରହିଛି। ଡାହାଣ ହାତ ଟି ଫୁଲି ଯାଇଛି ଛାତ୍ର ଠିକ ସେ କଥା ଵି କହି ପାରୁ ନାହିଁ। ଏହି ଖବର ବାବଦ କୁ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରି ଙ୍କୁ ଜାଗାଯୋଗ କରିବାରୁ ସେ ନିଜ ପ୍ରତିକ୍ରିୟା ଦେବାକୁ ମନା କରିଲେ। ଅନ୍ୟପଟେ ବିଦ୍ୟାଳୟ କତୃପକ୍ଷ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉକ୍ତ ଶିକ୍ଷକ ଙ୍କୁ ଶୋକଜ ନୋଟିସ ବା କାରଣ ଦର୍ଶାଅ ନୋଟିସ ଜାରି କରିଛୁ ବଲି ନିଜ ପ୍ରତିକ୍ରିୟା ଦେଇଛନ୍ତି ଏବଂ ଶିକ୍ଷକ ଅଂଶୁମାନ ଦାସ ଙ୍କ କହିବା ଅନୁଯାଇ ମୁ ସେ ପିଲା ଙ୍କୁ ଦଣ୍ଡ ଦେଇଛି କିଛି ସେମିତି ଭୁଲ କରି ନାହିଁ କିନ୍ତୁ ଏହି ଘଟଣା କୁ ରାଜନୈତିକ ଦିଶା ଦିଆ ଯାଉଛି ଏବଂ ଛଟ ଘଟଣା କୁ ବଡ଼ କରାଯାଇ ରାଜନୈତିକ ଫାଇଦା ପାଇବା ପାଇଁ ମ ବିରୁଦ୍ଧରେ ଚକ୍ରାନ୍ତ କରାଯାଉଛି ବଲି ନିଜ ମତ ପ୍ରକାଶ କରିଛନ୍ତି। ହେଲେ ପ୍ରକୃତ ରେ କଣ ପାଇଁ ଦଣ୍ଡମୁକ୍ତ ବିଦ୍ୟାଳୟ ପରିସର ଭିତରେ ଛାତ୍ର ଙ୍କ ପ୍ରତି ଏଭଳି ବ୍ୟବହାର କରାଯାଉଛି ଜିଲ୍ଲା ପ୍ରଶାସନ ତୁରନ୍ତ ଏକ ଟିମ ଗଠନ କରି ଦୋଷୀ ଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ପରିବାର ଦାବି କରିଛନ୍ତି। ବର୍ତମାନ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏହି ଅଭିଯୋଗ କୁ ଆଧାର କରି କଣ ପଦକ୍ଷେପ ଗ୍ରହଣ କରିବେ ।




ଶେଖର ଖୁରଙ୍କ ରିପୋର୍ଟ ନବରଙ୍ଗପୁର