ଜୟପୁର ମହାରାଜାଙ୍କୁ ନିମନ୍ତ୍ରଣ।
ଜୟପୁର, ୫।୨ ( ଏ. ଭେଙ୍କଟ ରାଓ ) : ୪୦୦ ବର୍ଷରୁ ଉର୍ଦ୍ଧ ପୁରାତନ ଜୟପୁର ଗାଗନାପୁର ଶିବ ମନ୍ଦିର ବାଲୁଙ୍କେଶ୍ୱର ମହାଦେବଙ୍କ ପିଠରେ ନୂତନ ଭାବେ ନିର୍ମିତ ଯଜ୍ଞ ମଣ୍ଡପ ପ୍ରତିଷ୍ଠା ତଥା ମହା ଶିବରାତ୍ରି ଉପଲକ୍ଷେ ଜୟପୁର ମହାରାଜା ବିଶ୍ୱେଶ୍ୱର ଚନ୍ଦ୍ରଚୁଡ ଦେବଙ୍କୁ ମନ୍ଦିର କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଛି।ଏହି ଅବସରରେ ଅସ୍ତପ୍ରହର ନାମ ଯଜ୍ଞ ସହ ରୁଦ୍ରାଭିଶେକ ଏବଂ ସହସ୍ର କଳସ ଯାତ୍ରା ସ୍ଥାନୀୟ ଖଜୁରି ବନ୍ଧ ଠାରୁ ଜଗନ୍ନାଥ ମନ୍ଦିର ସର୍ଦାର ପଟେଲ ମାର୍ଗ ଦେଇ ମନ୍ଦିରରେ ପହଞ୍ଚିବ ଏଥି ନିମନ୍ତେ ଜୟପୁର ମହାରାଜାଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାକୁ ଗ୍ରହଣ କରି ଜୟପୁର ମହାରାଜା ନିଶ୍ଚିତ ଭାବେ ଉପସ୍ଥିତ ରହିବି ବୋଲି ମନ୍ଦିର କମିଟି ସଦସ୍ୟ ପିଲୁ ଦାସ, ସୁରେଶ ନନ୍ଦ ମୁନା ନନ୍ଦ, ଜିତୁ ଦଳାଇ, ସିଧୁ ପାଣିଗ୍ରାହୀ, ସଦାଶିବ ପଟ୍ଟନାୟକ, ପୁରୁଷୋତ୍ତମ ପୁରହିତଙ୍କୁ କହିଛନ୍ତି।