ଚାଟିଗୁଡା RMC ଗୁଦାମ ଗୃହ କୁ ତାଲା ମାରି ଆନ୍ଦୋଲନ କୁ ଓହ୍ଲେଇଲେ ଚାଷୀ
ଝରିଗାଁ, ୦୩/୦୧ ( ନକୁଳ ଭତ୍ରା ) : ଧାନ ମଣ୍ଡି ସମସ୍ୟା କୁ ନେଇ ପ୍ରଶାସନ ମିଲର ଓ ଚାଷୀ ମଧ୍ୟ୍ୟରେ ଏଫ ଏ କ୍ୟୁ ମାନର ଧାନ ଓ କଟନୀ ଚଟନୀ କୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ଝରିଗାଁ ବ୍ଲକ ଚାଟି ଗୁଡା ଠାରେ ସ୍ଥାନୀୟ ଚାଷୀ ଡାବୁଗାଁ ଉମରକୋଟ ମୁଖ୍ୟ ରାସ୍ଥା ଅବରୋଧ କରି ଚାଷୀ ଦାବି ପୂରଣ କରିବାକୁ ଆନ୍ଦୋଳନ କୁ ଓହ୍ଲାଇଥିଲେ। ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଆନ୍ଦୋଳନ ଆରମ୍ଭ ହୋଇ ଅପରାହ୍ନ ପ୍ରାୟ ୩ ଘଣ୍ଟା ବେଳେ ବିବାଦର ସମାଧାନ ହେବା ପରେ ରାସ୍ତା ଅବରାଧ ରୁ ଚାଷୀ ଓହରିଥିଲେ |ପ୍ରାୟ 4 ରୁ 5 ଘଣ୍ଟା RMC ଗୁଦାମ ଗୃହ କୁ ତାଲା ମାରି ବନ୍ଦ କରିଦିଆ ଯାଇଥିଲା। ପ୍ରଶାସନ ପକ୍ଷରୁ ଝରିଗାଁ ଲ୍ୟାମ୍ପ ନିର୍ଦ୍ଦେଶକ ନରସିଂ ଗୌଡ ତଥା ଆର ଏମ ସି ସୁପର ଭାଇଜର ପ୍ରଶାନ୍ତ ରାୟ ସମେତ ଡାବୁଗାଁ ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ବିବାଦର ସମାଧାନ ନେଇ ଚାଷୀଙ୍କ ସହ ଆଲୋଚନା କରି ଥିଲେ । ଏଫ ଏ କ୍ବ୍ୟ ମାନର ଧାନ ପରିବର୍ତ୍ତେ କ୍ଵଣ୍ଟାଲ ପ୍ରତି ୪ କିଲୋ ଗ୍ରାମ କଟନୀ କରିବାକୁ ଚାଷୀ ରାଜୀ ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ବିଳମ୍ବରେ ଧାନ ମଣ୍ଡି ଆରମ୍ଭ ତାହା ସହ ଏଫ ଏ କ୍ବ୍ୟ ମାନର ଧାନ ଦେବାକୁ ପ୍ରଶାସନ ଚାପ ପଖାଇବାରୁ ଶେଷରେ ଆର୍ଥିକ କ୍ଷତି ସହି ଆର୍ଥୀକ ଜରୁରୀ କୁ ଦୃଷ୍ଟିରେ ରଖି ୪ କିଲୋ କ୍ଵଣ୍ଟାଲ ପ୍ରତି କଟନୀ କରିବାକୁ ଚାଷୀ ବାଧ୍ୟ ହେବାକୁ ପଡ଼ୁଛି ବୋଲି ପୁଲସିଂ ମାଝୀ,ଭଗତ ମାଝୀ, ହରି ଭତ୍ରା,ବିଷ୍ଣୁ ଦାସ, ନିଲମ ପନକା,ଦିବାକର ପନକା,ଗୁରୁବନ୍ଧୁ ପୂଜାରୀ,ରାଜମନ ନାୟକ,ମନୁରାମ ଭତ୍ରା,ପୂର୍ଣ୍ଣ ଭତ୍ରା,ମାନସିଂ ଭତ୍ରା, ପ୍ରମୁଖ ପ୍ରକାଶ କରିଛନ୍ତି |