Hot Posts

6/recent/ticker-posts

MNREGA ନାମ ପରିବର୍ତ୍ତନ ପ୍ରତି ଆପତ୍ତି ଓ Tata Power ର ଜନବିରୋଧୀ କାର୍ଯ୍ୟକଳାପ ବିରୋଧରେ ପ୍ରତିବାଦ

ରାୟଗଡ଼ା, ୧୧/୦୧ ( ଭି. ଗୌରି ଶଙ୍କର ରାଓ ) : ଆଜି ଆମେ ଏହି ପ୍ରେସ୍‌ ମିଟ୍‌ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ୱାରା MNREGA ଯୋଜନାର ନାମ ପରିବର୍ତ୍ତନ କରିବା ଚେଷ୍ଟାକୁ ତୀବ୍ର ଭାବେ ବିରୋଧ କରୁଛୁ। MNREGA କେବଳ ଏକ ନାମ ନୁହେଁ, ଏହା ଗରିବ, ଶ୍ରମିକ ଓ ଗ୍ରାମୀଣ ଲୋକଙ୍କ ଜୀବିକାର ଆଧାର। ନାମ ପରିବର୍ତ୍ତନ କରି ଏହି ଐତିହାସିକ ଯୋଜନାର ମୂଳ ଉଦ୍ଦେଶ୍ୟକୁ ଲୁଚେଇବା ଚେଷ୍ଟା ହେଉଛି।ସେହିପରି, Tata Power ଦ୍ୱାରା ଜନସାଧାରଣ ଉପରେ ହେଉଥିବା ଅନ୍ୟାୟ, ଅତ୍ୟଧିକ ବିଦ୍ୟୁତ୍‌ ବିଲ୍‌, ଓ ଉପଭୋକ୍ତାଙ୍କ ସମସ୍ୟାକୁ ଅନଦେଖା କରିବା ମନୋଭାବକୁ ଆମେ କଠୋର ଭାବେ ନିନ୍ଦା କରୁଛୁ। ବିଦ୍ୟୁତ୍‌ ଏକ ମୌଳିକ ଆବଶ୍ୟକତା, ଏହାକୁ ଲୁଟ୍‌ର ଉପକରଣ କରାଯିବା ଅଗ୍ରହଣୀୟ।

ଆମ ଦାବି:
1. MNREGA ଯୋଜନାର ନାମ ପରିବର୍ତ୍ତନ ତୁରନ୍ତ ବନ୍ଦ କରାଯାଉ

2. MNREGA ର ମଜୁରି ବୃଦ୍ଧି ଓ ସମୟରେ ପେମେଣ୍ଟ ନିଶ୍ଚିତ କରାଯାଉ

3. Tata Power ର ଇଚ୍ଛାମତା ବିଲ୍‌ ଆଦାୟ ଉପରେ ନିୟନ୍ତ୍ରଣ ହେଉ

4. ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ ପାଇଁ ସ୍ୱଚ୍ଛ ଓ ଦାୟିତ୍ୱଶୀଳ ପ୍ରଣାଳୀ ଗଠନ କରାଯାଉ


ଯଦି ଆମ ଦାବିଗୁଡ଼ିକୁ ଶୀଘ୍ର ପୂରଣ କରାଯାଇନାହିଁ, ତେବେ ଆମେ ଆଗାମୀ ଦିନରେ ଗଣତାନ୍ତ୍ରିକ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ।
— ଧନ୍ୟବାଦ
ଜ଼ିଲ୍ଲା କଂଗ୍ରେସ କମିଟି, ରାୟଗଡ