ପୋଡ଼ାଗଡ ମଣ୍ଡେଇ ପ୍ରସ୍ତୁତି ବୈଠକ ରେ ନିଷ୍ପତ୍ତି ହେଲା ଫେବ୍ରୁୟାରୀ ୨ ତାରିଖରେ ହେବ ପୋଡ଼ାଗଡ଼ ମଣ୍ଡେଇ l
ନବରଙ୍ଗପୁର, ୦୬/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭଣ୍ଡାରିଗୁଡା ଗ୍ରାମ ପଞ୍ଚାୟତ ରେ ଥିବା ଐତିହାସିକ ପୋଡ଼ାଗଡ ପୀଠର ପାରମ୍ପରିକ ମଣ୍ଡେଇ ଉତ୍ସବ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକରେ ସଭାପତି ଭାବେ ଝିତ୍ରୁ କଲାର ସଭାପତିତ୍ବ କରିଥିବା ବେଳେ ପୋଡ଼ା ଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉର୍ଦ୍ଧ୍ବବ ଚରଣ ନାୟକ, ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଭତ୍ରା, ସହ ସମ୍ପାଦକ ତୁଳସୀ ରାମ ଭତ୍ରା, ମୁଖ୍ୟ ଉପଦେଷ୍ଟା ଡଃ କୈଳାଶ ଚନ୍ଦ୍ର ବେହେରାଙ୍କ ସହିତ ମୁଖ୍ୟ ପୂଜକ କୃଷ୍ଣ ପୂଜାରୀ , ବିଞ୍ଜଲ ପୂଜାରୀ ନାରାୟଣ ପୂଜାରୀ, ପୂର୍ଣ୍ଣ ପୂଜାରୀ, ସୁକାଲୁ ପୂଜାରୀ, ସୁକମନ୍ ପୂଜାରୀ, ବିଷ୍ଣୁ ପୂଜାରୀ, ଦେବ ପୂଜାରୀ ପ୍ରମୁଖ ଙ୍କ ସମେତ ତିନି ମୁଠା ଯଥା ହୀରାପୁର, ପରିଆ , ବୋରିଗାଁ ମୁଠା ର ଶତାଧିକ ଜନ ସାଧାରଣ ଉପସ୍ଥିତ ହୋଇ ସର୍ବସମ୍ମତି କ୍ରମେ ଫେବ୍ରୁୟାରୀ ୨ ତାରିଖରେ ପୋଡ଼ା ଗଡ଼ ମଣ୍ଡେଇ ହେବା ନେଇ ସ୍ଥିର କରାଯାଇଥିଲା l ପ୍ରକାଶ ଥାଉକି,ଏହି ମଣ୍ଡେଇରେ ନିଶାଦ୍ରବ୍ୟ ନିଷେଧ ଓ ଜୁଆ ଖେଳ ନିଷେଧ କରିବାକୁ ଶପଥ ନିଆଯାଇଥିଲା l ଉକ୍ତ ପ୍ରସ୍ତୁତି ବୈଠକ ରେ ପୋଡ଼ାଗଡ଼ ମଣ୍ଡେଇ ଫେବ୍ରୁୟାରୀ ୨ ତାରିଖରେ ହେବା ପାଇଁ ସ୍ଥିର କରାଯାଇ ଶାନ୍ତି ଶୃଙ୍ଖଳାରେ ସମାପନ କରାଯାଇଥିଲା l