ବିଦ୍ୟାଳୟ ସ୍ତରୀୟ ପି.ଏମ.ଶ୍ରୀ ଉତ୍ସବ ୨୦୨୫-୨୬
ନବରଙ୍ଗପୁର, ୦୬/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଜୁନାପାଣି ଗ୍ରାମ ପଞ୍ଚାୟତ ସଦର ମହକୁମାସ୍ଥିତ ଜୁନାପାଣି ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ପି.ଏମ୍.ଶ୍ରୀ ଉତ୍ସବ ୨୦୨୫-୨୬ ମହାସମାରୋହରେ ସୋମବାର ପାଳିତ ହୋଇଯାଇଛି l ଏହି ଅବସରରେ ଆବାହକ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌତମ ବାରିକ, ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ର ଛାତ୍ରୀ, କମିଟି ସଭ୍ୟ ସଭ୍ୟା ବୃନ୍ଦ ଙ୍କ ଦ୍ଵାରା ଉକ୍ତ ଉତ୍ସବ କରାଯାଇଥିଲା l ଆବାହକ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାରିକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଲିକ, ସମ୍ମାନୀତ ଅତିଥି ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ରଶ୍ମିତା ନେତାମ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଓ ସନ୍ତୋଷ କୁମାର ସାହୁ, ପୁରାତନ ଛାତ୍ର ଛାତ୍ରୀ କମିଟି ଅଧ୍ୟକ୍ଷ ରଘୁ ହରିଜନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଧବ ଭତ୍ରl ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା l ପ୍ରଭୁ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ଜ୍ଵଳନ କରିବା ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା lଏଥିରେ ପିଏମଶ୍ରୀ ଉତ୍ସବ ଉପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ | ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଡ୍ରପ ଆଉଟ ଛାତ୍ରଛାତ୍ରୀ ମାନେ କିପରି ଅଧାରୁ ପାଠ ପଢିବେ ସେ ଉପରେ ଏକ ସଚେତନତା ନାଟକ ପ୍ରଦର୍ଶନ, ସଙ୍ଗୀତ, ଏକକ ନୃତ୍ୟ ଓ ଦଳଗତ ନୃତ୍ୟ ପ୍ରଦର୍ଶିତ କରାଯାଇଥିଲା | ଏହି ପିଏମଶ୍ରୀ ର ଅର୍ଥ ହେଉଛି :- ପ୍ରଧାନମନ୍ତ୍ରୀ ସ୍କୁଲ୍ସ ଫର ରାଇଜିଙ୍ଗ ଇଣ୍ଡିଆ | ଏହା ୨୦୨୨ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଏକ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା | ଏହି ପିଏମଶ୍ରୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା:- ସର୍ବାଙ୍ଗୀନ ବିକାଶ, ସବୁଜ ବିଦ୍ୟାଳୟ, ପ୍ଲାଷ୍ଟିକ ମୁକ୍ତ ପରିସର, ଜଳ ସଂରକ୍ଷଣ, ଏକବିଂଶ ଶତାଦ୍ଦୀର ଦକ୍ଷତା, ପିଏମଶ୍ରୀ ମେଳା, କାର୍ଯ୍ୟ ମାଧ୍ୟମରେ ଶିକ୍ଷା, ସମ୍ପ୍ରଦାୟର ଅଂଶ ଗ୍ରହଣରେ ପିତା ମାତା ସ୍ଥାନୀୟ ଲୋକ ଙ୍କୁ ବିଦ୍ୟାଳୟ ସହ ଯୋଡିବା ଏବଂ ଆନନ୍ଦ ଦାୟକ ଶିକ୍ଷା ଏହା ବିଦ୍ୟାଳୟକୁ କେବଳ ପାଠ ପଢିବାର ସ୍ଥାନ ନୁହେଁ ବରଂ ଉତ୍ସବ ଏବଂ କୌତୁହଳର କେନ୍ଦ୍ର ରେ ପରିଣତ କରେ | ଉଦଘାଟନୀ ଉତ୍ସବ ଓ ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଷ୍ଟଲ୍ ସବୁ ବୁଲି ଛାତ୍ରଛାତ୍ରୀ ମାନଙ୍କ ଭିତରେ ଲୁକାୟିତ ପ୍ରତିଭା ଦେଖି ଖୁସି ପ୍ରକଟ କରିଥିଲେ lଏହି ଉଦଯାପନୀ ସମାରୋହ ଉତ୍ସବରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାରିକ ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ବରେଣ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ମୁଖ୍ୟ ବକ୍ତା ଡାବୁଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରl, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରl, ନବରଙ୍ଗପୁର ଜିଲ୍ଲା ବିଜେପି ସମ୍ପାଦକ ଜେ.ରାଜ ଶେଖର ରାଓ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ବିଜେପି ଡାବୁଗାଁ ମଣ୍ଡଳ ସଭାପତି (ଜୋନ୍-୧)ଜଗଦୀଶ ଭତ୍ରl, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଧବ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ | ପି ଏମ ଶ୍ରୀ କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟଲ୍ କରିଥିବା ପ୍ରତିଯୋଗୀ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଉକ୍ତ ବିଦ୍ୟାଳୟର ଏକ ଶିଶୁ ପତ୍ରିକା| ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶିକ୍ଷକ ବିଶ୍ଵେଶ କୁମାର ତ୍ରିପାଠୀ ବେଶ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ |