ଆରଡ଼ି ଜେଇ ବିନୋଦ ଶିଅଳଙ୍କ ମନମୁଖୂରେ ଚାଲିଛି ନିର୍ମାଣ କାର୍ଯ୍ୟ, ବଢୁଛି ଜନ ଅସନ୍ତୋଷ
ବରୀ, ୦୫/୦୧ ( ରଂଜିତ ମହାନ୍ତି ) : ବରୀ ଆରଡ଼ି ସେକ୍ସନ ଅଧୀନରେ ଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଏବେ ଅଧା ପାନ୍ତରୀୟା ହୋଇ ପଡିଛି ! ଯାହାକୁ ନେଇ ଏବେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ! ଦାୟିତ୍ଵରେ ଥିବା ଜେଇ ବିନୋଦ ଶି ଅଳଙ୍କ ମନମୁଖ୍ରେ କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହୋଇଛି। ଜେଇ କାର୍ଯ୍ୟ ସ୍ଥଳକୁ ଆସୁନାହାନ୍ତି କି କୌଣସି କାର୍ଯ୍ୟକୁ ତଦାରଖ କରୁନାହାନ୍ତି । ଏପରିକି ଜିଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରି ଯାଜପୁର ହେଡ଼ କ୍ୱାଟରରେ ବସି ଠିକାଦାର ଙ୍କୁ ନାଲି ଆଖ୍ ଦେଖାଉଛନ୍ତି ବୋଲି କୁହାଯାଉଛି। ବରୀ ରେ ଥିବା ଆରଡ଼ି କାର୍ଯାଳୟ ଏବେ ଭୁତ କୋଠି ପାଲଟି ଯାଇଛି । ନିର୍ମାଣ ଧୀନ କାର୍ଯ୍ୟ ପାଖାପାଖ ଶହେ କୋଟିରୁ ଉର୍ଷ ରହିଥିଲା ବେଳେ ଏହା ସମ୍ପୂର୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶଙ୍ଖାରିଗଢା ଠାରୁ ବାଙ୍କ ସାହି ରାସ୍ତା ତିନି ବର୍ଷ ହୋଇ ଯାଇଥିଲା ବେଳେ ଅଧା ପାନ୍ତରିଆ ହୋଇ ରହିଛି। ସେଠାରେ ଏକ ସ୍ଥାୟୀ ପକ୍କା ପୋଲ ନିର୍ମାଣ ହେବାକୁ ଥିଲା ବେଳେ ବାଉଁଶ ପୋଲ କରି ଠିକାଦାର ଛୁ ମାରିଛି। ଗାନ୍ଧୀ ଛକଠାରୁ ଅଟିରା ଔପଡା ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତାର ଗହପାଳ ଠାରେ ଦୁଇ ଶହ ମିଟର ରସ୍ତା ଆଣି ନିର୍ମାଣ କରାଯାଇ ନାହିଁ। ବାଲିଆପାଳ ଛକଠାରୁ ବାଳିକାନ୍ତିଆ ପର୍ଯ୍ୟନ୍ତ ନିର୍ମାଣ ଧୀନ ରାସ୍ତା କାମ କୁ ଜେଇ ତଦାରଖ ନକରି ଜଣେ ଯୁବକକୁ ସେଠାକୁ ପଠାଇ ମନ ମାନି ରେ ଯୁବକ ଜଣକ କାମ କରାଉଛି। ଏଠି ପ୍ରଶ୍ନ ଉଠୁଛି ସେ ଯୁବକ ଜଣକ କିଏ ? ଭୁରୁଙ୍ଗା ବ୍ରିଜ ନିର୍ମାଣ ଚାଲିଥିଲା ବେଳେ କାର୍ଯ୍ୟ ସ୍ଥଳ ରେ ବ୍ଲିଚୁଙ୍ଗ ପ୍ଲାଣ୍ଟ ମେସିନ ରହୁନାହିଁ! ଯାଜପୁର ଟାଉନ ରୁ ଗୋଡି ସିମେଣ୍ଟ ଗୋଳା ହୋଇ ଏଠାକୁ ଆସି ପୋଲ ନିର୍ମାଣ ରେ ଲାଗୁଛି। ସେଠାରେ ଭାଗ ମାପ ତଦାରଖ କରାଯାଉନାହିଁ, ପୋଲ ର ସ୍ମାଇତ୍ୱ ନେଇ ପ୍ରଶ୍ନ ଉଠୁଛି, ପୋଲ ଭୁଶୁଡି ଯିବାର ସମ୍ଭାବନା ଦେଖା ଦେଇଛି । ବୋଦୁଅ କଣ୍ଟିଆ ସଂଯୋଗୀ କରଣ ରାସ୍ତା ନିର୍ମାଣ ରେ ବ୍ୟାପକ ଅନିୟମିତତା ହେଉଛି। ବରୀ ସାଇ ମନ୍ଦିର ନିକଟ ରାସ୍ତା ନିର୍ମାଣ ରେ ବ୍ୟାପକ ଅନିୟମିତତା ହୋଇଛି। ଏତେ ସବୁ ନିର୍ମାଣ କାର୍ଯ୍ୟ ଡ଼ାଲୁ ଥିଲା ବେଳେ ଜେଇ କାର୍ଯ୍ୟ ସ୍ଖଳକୁ ଆସୁ ନାହାନ୍ତି । ଉଚ୍ଚ ଅଧିକାରୀଙ୍କ ସହିତ ସୁ ସମ୍ପର୍କ ରଖୁବା ସହିତ ନେତାଙ୍କ ସହିତ ନେଣ ଦେଣ କରି ଠିକାଦାରଙ୍କୁ ନାଲି ଆଖ୍ ଦେଖାଇ ଯାଜପୁରରେ ବସି ରହୁଛନ୍ତି । ତୁରନ୍ତ ଠିକାଦାର ଶିଅଳଙ୍କ ବରୀରୁ ଅନ୍ୟତ୍ର ବଦଳି କରିବାକୁ ସାଧାରଣରେ ଦାବି ଉଠିଛି। ଏଥି ପ୍ରତି ମୋହନ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି। ଏନେଇ ଜେଇଙ୍କୁ ଟେଲିଫୋନ ଯୋଗେ ଯୋଗାଯୋଗ କରାଯାଇ ଥିଲା ବେଳେ ଫୋନ ଉଠାଉ ନାହାନ୍ତି ।