Hot Posts

6/recent/ticker-posts

ଆରଡ଼ି ବିଭାଗ ମନ ମୁଖି ରେ ଚାଲିଛି ନିର୍ମାଣ କାର୍ଯ୍ୟ, ବଢୁଛି ଜନ ଅସନ୍ତୋଷ

ବରୀ, ୨୦/୦୧ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ବରୀ ଆରଡ଼ଅଧୀନରେ ଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଏବେ ଅଧା ପାନ୍ତରୀୟା ହୋଇ ପଡିଛି!ଯାହାକୁ ନେଇ ଏବେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି! ଦାୟିତ୍ୱରେ ଥିବା ଜେଇ ବିନୋଦ ଶିଅଳ ଙ୍କ ମନମୁଖି ରେ କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହୋଇଛି!ଜେଇ କାର୍ଯ୍ୟ ସ୍ଥଳ କୁ ଆସୁନାହାନ୍ତି କି କୌଣସି କାର୍ଯ୍ୟ କୁ ତଦାରଖ କରୁନାହାନ୍ତି!ଏପରିକି ଜିଲାପାଳ ଙ୍କ ନିର୍ଦ୍ଧେଶ କୁ ଫୁ କରି ଯାଜପୁର ହେଡ଼ କ୍ୱାଟର ରେ ବସି ଠିକାଦାର ଙ୍କୁ ନାଲି ଆଖି ଦେଖାଉଛନ୍ତି ବୋଲି କୁହାଯାଉଛି! ବରୀ ରେ ଥିବା ଆରଡ଼ି କାର୍ଯାଳୟ ଏବେ ଭୁତ କୋଠି ପାଲଟି ଯାଇଛି! ନିର୍ମାଣ ଧୀନ କାର୍ଯ୍ୟ ପାଖାପାଖି ଶହେ କୋଟି ରୁ ଉର୍ଦ୍ଧ ରହିଥିଲା ବେଳେ ଏହା ସମ୍ପୂର୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି!ଶଙ୍ଖାରିଗଡା ଠାରୁ ବାଙ୍କ ସାହି ରାସ୍ତା ତିନି ବର୍ଷ ହୋଇ ଯାଇଥିଲା ବେଳେ ଅଧା ପାନ୍ତରୀୟ ହୋଇ ରହିଛି!ସେଠାରେ ଏକ ସ୍ଥାୟୀ ପକ୍କା ପୋଲ ନିର୍ମାଣ ହେବାକୁ ଥିଲା ବେଳେ ବାଉଁଶ ପୋଲ କରି ଠିକାଦାର ଛୁ ମାରିଛି!ଗାନ୍ଧୀ ଛକ ଠାରୁ ଅଟିରା ଔପଡା ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତା ର ଗହପାଳ ଠାରେ ଦୁଇ ଶହ ମିଟର ରସ୍ତା ଆଦୌ ନିର୍ମାଣ କରାଯାଇ ନାହିଁ!ବାଲିଆପାଳ ଛକ ଠାରୁ ବାଳିକାନ୍ଥିଆ ପର୍ଯ୍ୟନ୍ତ ନିର୍ମାଣ ଧୀନ ରାସ୍ତା କାମ କୁ ଜେଇ ତଦାରଖ ନକରି ଜଣେ ଯୁବକ କୁ ସେଠାକୁ ପଠାଇ ମନ ମାନି ରେ ଯୁବକ ଜଣକ କାମ କରାଉଛି! ଏଠି ପ୍ରଶ୍ନ ଉଠୁଛି ସେ ଯୁବକ ଜଣକ କିଏ? ଭୁରୁଙ୍ଗା ବ୍ରିଜ ନିର୍ମାଣ ଚାଲିଥିଲା ବେଳେ କାର୍ଯ୍ୟ ସ୍ଥଳ ରେ ବ୍ଲିଚିଙ୍ଗ ପ୍ଲାଣ୍ଟ ମେସିନ ରହୁନାହିଁ!ଯାଜପୁର ଟାଉନ ରୁ ଗୋଡି ସିମେଣ୍ଟ ଗୋଳା ହୋଇ ଏଠାକୁ ଆସି ପୋଲ ନିର୍ମାଣ ରେ ଲାଗୁଛି! ସେଠାରେ ଭାଗ ମାପ ତଦାରଖ କରାଯାଉନାହିଁ,ପୋଲ ର ସ୍ଥାଇତ୍ୱ ନେଇ ପ୍ରଶ୍ନ ଉଠୁଛି, ପୋଲ ଭୁଶୁଡି ଯିବାର ସମ୍ଭାବନା ଦେଖା ଦେଇଛି!ବୋଦୁଅ କଣ୍ଟିଆ ସଂଯୋଗୀ କରଣ ରାସ୍ତା ନିର୍ମାଣ ରେ ବ୍ୟାପକ ଅନିୟମିତତା ହେଉଛି! ବରୀ ସାଇ ମନ୍ଦିର ନିକଟ ରାସ୍ତା ନିର୍ମାଣ ରେ ବ୍ୟାପକ ଅନିୟମିତତା ହୋଇଛି!ଏତେ ସବୁ ନିର୍ମାଣ କାର୍ଯ୍ୟ ଚାଲୁ ଥିଲା ବେଳେ ଜେଇ କାର୍ଯ୍ୟ ସ୍ଥଳକୁ ଆସୁନାହାନ୍ତି!ଉଚ୍ଚ ଅଧିକାରୀ ଙ୍କ ସହିତ ସୁ ସମ୍ପର୍କ ରଖି ବା ସହିତ ନେତା ଙ୍କ ସହିତ ନେଣ ଦେଣ କରି ଠିକାଦାର ଙ୍କୁ ନାଲି ଆଖି ଦେଖାଇ ଯାଜପୁର ରେ ବସି ରହୁଛନ୍ତି!ତୁରନ୍ତ ଠିକାଦାର ଶିଅଳ ଙ୍କୁ ବରୀ ରୁ ଅନ୍ୟତ୍ର ବଦଳି କରିବାକୁ ସାଧାରଣ ରେ ଦାବି ଉଠିଛି!ଏଥି ପ୍ରତି ମୋହନ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି!ଏନେଇ ଜେଇ ଙ୍କୁ ଟେଲିଫୋନ ଯୋଗେ ଯୋଗାଯୋଗ କରାଯାଇ ଥିଲା ବେଳେ ଫୋନ ଉଠାଉ ନାହାନ୍ତି!