Hot Posts

6/recent/ticker-posts

କାର କୁ ପିଟିଲା ଅଜଣା ଗାଡ଼ି, ଚାଲିଗଲା ୨ ଜୀବନ

ବୌଦ୍ଧ, ୨୦/୦୧ ( ଦେବାନନ୍ଦ ମହାରଣା ) : ବୌଦ୍ଧ ଜିଲ୍ଲା ତେଲିବନ୍ଧ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା ଏକ କାର୍ । ହଠାତ୍ ତେଲିବନ୍ଧ ନିକଟରେ ପଛପଟୁ ଏକ ଅଜଣା ଗାଡ଼ି ଆସି କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅଜଣା ଗାଡିଟି କାର୍ କୁ କିଛି ବାଟ ଘୋଷାରି ନେଇଥିଲା । ଏଥିରେ କାର୍ ରେ ଥିବା ଦୁଇ ଜଣ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଦୁଇ ଜଣଙ୍କୁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲା | କିନ୍ତୁ ପରେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।