Hot Posts

6/recent/ticker-posts

ରାୟଗଡ଼ ସହରରେ ଆଜି ଦେଖିବାକୁ ମିଳିଲା ଏକ ଭବ୍ୟ ଦୃଶ୍ୟ।

ରାୟଗଡ଼ା, ୧୦/୦୧ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ର ସନାତନୀ ହିନ୍ଦୁ ଭାଇ ଓ ଭଉଣୀମାନେ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦର ସହ ସ୍ୱାଗତ ଜଣାଇଲେ ସ୍ବର୍ଣ୍ଣ ଧନୁ ଯାତ୍ରାକୁ । ରାୟଗଡ଼ ଠାରୁ ଜେକେପୁର ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ସନାତନୀ ହିନ୍ଦୁ ଶ୍ରଦ୍ଧାଳୁ ଏହି ଭବ୍ୟ ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ସିରିଗୁଡା, କପିଳାଷ ଛକ, ବଦ୍ରୱାଲସା ଛକ, ତୁମ୍ବିଗୁଡା ଛକ, ଖଲିଗୁଡ଼ା, କତପେଟା, ଦେବଦଳା ଓ ଜେକେପୁର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସ୍ବର୍ଣ୍ଣ ଧନୁଷକୁ ପୁଷ୍ପ ପୂଜାର୍ଚନା ଓ ହରିନାମ ସଂକୀର୍ତ୍ତନ ସହ ସ୍ୱାଗତ କରାଯାଇଥିଲା। ଏହି 283 କେଜି ଓଜନର ବିଶାଳ ସ୍ବର୍ଣ୍ଣ ଧନୁଷଟି ଚଳିତ ମାସ 2 ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସ୍ଥିତ ହନୁମାନ ବାଟିକାରୁ ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମାଣ କରାଯାଇଥିଲା। ଏହି ଯାତ୍ରା ସାରା ଓଡ଼ିଶାରେ ଭ୍ରମଣ କରି ଆଜି ରାୟଗଡ଼ ଛାଡ଼ି ଅନ୍ୟ ଜିଲ୍ଲା ଅତିକ୍ରମ କରି ପୁରୀ ପହଁଞ୍ଚିବ ଓ ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରି ଅଯୋଧ୍ୟା ଅଭିମୁଖେ ଯାତ୍ରା ଜାରି ରଖିବ।ଏହି ଭବ୍ୟ କାର୍ଯ୍ୟକ୍ରମରେ ରାୟଗଡ଼ର ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସହ ହଜାର ହଜାର ହିନ୍ଦୁ ପ୍ରେମୀ ଭାଇ ଓ ଭଉଣୀମାନେ ଏକତ୍ରିତ ହୋଇଥିଲେ।