Hot Posts

6/recent/ticker-posts

ବଲାଙ୍ଗୀର ରେ ଶିଶୁ ସୁରକ୍ଷା ଅଧିକାରୀ ଭାବେ ଯୋଗ ଦେଲେ ବିକ୍ରମ ପଣ୍ଡା

ବଲାଙ୍ଗୀର, ୨୦/୦୧ ( ମୋତିଲାଲ ସାହୁ ) : ବଲାଙ୍ଗୀର ଜିଲ୍ଲା ର ଶିଶୁ ସୁରକ୍ଷା ଅଧିକାରୀ ଭାବେ ବିକ୍ରମ ପଣ୍ଡାଙ୍କ ଯୋଗଦାନ କରିଛନ୍ତି। ସେ ପୂର୍ବରୁ ଶିଶୁ ହେଲ୍ପ ଲାଇନ ବଲାଙ୍ଗୀରରେ ଜିଲ୍ଲା ସଂଯୋଜକ ଭାବେ କାମ କରିଥିଲେ।ତାଙ୍କର ଶିଶୁ ସୁରକ୍ଷା ଉପରେ କରିଥିବା କାମର ଅନୁଭୂତି ବେଶ୍ ଉପଯୋଗ ହୋଇ ପାରିବ ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି।ଶିଶୁ ସୁରକ୍ଷା ଏକ ବଡ଼ ଦାୟିତ୍ଵ ହୋଇଥିବାରୁ ଜିଲ୍ଲାରେ ସାମାଜିକ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ମାନଙ୍କର ସହାୟୋଗ ଆବଶ୍ୟକତା ବୋଲି ଜଣାଇଛନ୍ତି।ଆଗକୁ ବଲାଙ୍ଗୀର ଜିଲ୍ଲା ପାଇଁ ଭଲ ଭାବରେ କାମ କରିବି ବୋଲି ଜଣାଇଛନ୍ତି।