ଏନ୍ସିସି କପ୍ : କେନ୍ଦ୍ରାପଡାକୁ ହରାଇ ଖରିପଡିଆ ଚାମ୍ପିୟନ
ବରୀ, ୧୩/୦୧ ( ରଂଜିତ ମହାନ୍ତି ) : କଳ୍ପବଟ ମେଲଣ ପଡିଆ ନାଥପୁରଠାରେ ୟଙ୍ଗ ଷ୍ଟାର୍ ୟୁଥ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଏନ୍ସିସି କପ୍ କ୍ରିକେଟ୍ ମ୍ୟାଚ୍ ଫାଇନାଲରେ କାବେରୀ ଇଲେଭେନ୍ କେନ୍ଦ୍ରାପଡାକୁ ହରାଇ ଖରିପଡିଆ ଚଳିତ ବର୍ଷର ଚାମ୍ପିୟନ ହୋଇଛି । ଫାଇନାଲ ମ୍ୟାଚ୍ରେ ମୁଖ୍ୟଅତିଥିଭାବେ ଯୋଗଦେଇ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ୍ ବିଜୟୀ ଖରିପଡିଆ ଟିମ୍କୁ ଟ୍ରଫି ସହ ୧୨ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସେହି ରନର୍ସ ଅଫ୍ ହୋଇଥିବା କେନ୍ଦ୍ରାପଡା ଦଳକୁ ଟ୍ରଫି ସହ ୭ହଜାର ଟଙ୍କା ଚେକ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଟ୍ରଫି୍ ପ୍ରଦାନ କରି ବିଧାୟକ ଶ୍ରୀ ମଲ୍ଲିକ କହିଲେ ଯେ କ୍ରୀଡା ସମସ୍ତଙ୍କୁ ବାନ୍ଧି ରଖିବାରେ ସହାୟକ ହେବା ସହ ଶରୀରକୁ ସୁସ୍ଥ ଓ ନିରୋଗ ରଖିଥାଏ । କ୍ରୀଡା ମଧ୍ୟ ଆମକୁ ଶୃଙ୍ଖଳା ଶିକ୍ଷା ଦେଇଥାଏ । ଗ୍ରାମାଞ୍ଚଳରେ ଏଭଳି ଏକ ସୁନ୍ଦର ଆୟୋଜନ କରିଥିବାରୁ ଆୟୋଜକମାନଙ୍କୁ ବିଧାୟକ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଦିଲିପ କୁମାର ମହାନ୍ତି, ସନ୍ତୋଷ କୁମାର ସାମଲ, ସ୍ଥାନୀୟ ସରପଞ୍ଚ କୁନା ମଲିକ, ସମିତି ସଭ୍ୟ ଶ୍ରୀଧର ସେଠୀ, ସମାଜିକ କର୍ମୀ ଅରବିନ୍ଦ ମହାନ୍ତି, ପୂର୍ବତନ ସରପଞ୍ଚ ବିଜୟାନନ୍ଦ ଜେନା, ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଫାଇନାଲ ମ୍ୟାଚ୍କୁ ଦୀପକ କୁମାର ଜେନା ଓ ଦିନବନ୍ଧୁ ପ୍ରଧାନ ପରିଚାଳନା କରିଥିବାବେଳେ କ୍ଲବ୍ର ସମସ୍ତ ସଦସ୍ୟ ୪ତାରିଖରୁ ଆରମ୍ଭ ହୋଇଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସଫଳ ଆୟୋଜନରେ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଫାଇନାଲ ମ୍ୟାଚ୍ରେ ଖରିପଡିଆ ପ୍ରଥମେ ବ୍ୟାଟିଂ କରି ୧୫୧ ରନ୍ ସଂଗ୍ରହ କରିଥିବାବେଳେ କେନ୍ଦ୍ରାପଡା ତାର ସମସ୍ତ ୱିକେଟ୍ ହରାଇ ମାତ୍ର ୭୮ରନ୍ରେ ପରାଜୟ ବରଣ କରିଥିଲା । ଖରିପଡିଆର ସୁମନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବାବେଳେ କେନ୍ଦ୍ରାପଡାର ହରିଶ୍ଚନ୍ଦ୍ର ମ୍ୟାନ୍ ଅଫ୍ ଦି ସିରିଜ ହୋଇଥିଲେ ।