Hot Posts

6/recent/ticker-posts

ଧର୍ମପରାୟଣ ବ୍ୟକ୍ତିଙ୍କ ଅକାଳ ବିୟୋଗ

କର୍ଲାମୁଣ୍ଡା, ୧୩/୦୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ବସ୍ତୀ ପଡ଼ା ଗ୍ରାମ ର ବଲ୍ଲଭ ନାଏକ ଙ୍କ ବଡ଼ଭାଇ ପୂର୍ଣ୍ଣଚନ୍ଦ୍ର ନାଏକ ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ସେ ଜଣେ ଶାନ୍ତ ସରଳଓ ଧର୍ମପରାୟଣ ବ୍ୟକ୍ତି ଥିଲେ। ମୃତ୍ୟୁ ଶର୍ଯ୍ୟା ନିକଟରେ ବଡ଼ ପୁଅ ଶୁଭମ ନାଏକ, ସୁମିତ, ବଡ଼ ଜ୍ୱାଇ ସୁଶାନ୍ତ ମଲ୍ଲିକ, ବଡ଼ ଝିଅ ସର୍ମିଷ୍ଠା, ସୁଦେଷ୍ଟା ସମେତ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ସ୍ଥାନୀୟ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକପ୍ରକାଶ ପାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ।