କଲ୍ୟାଣ ମଣ୍ଡପର ଶୀଳାନ୍ୟାସ କଲେ ବିଧାୟକ ବିଶ୍ୱରଂଜନ
ବରୀ, ୧୩/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ୍ ଅନ୍ତର୍ଗତ ଇଶାଣପୁର ପଞ୍ଚାୟତର ନୂତନ କଲ୍ୟାଣ ମଣ୍ଡପ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ତଥା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବିଧାୟକ ଶ୍ରୀ ମଲ୍ଲିକ ଯୋଗଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ଦିଲିପ କୁମାର ମହାନ୍ତି, ସନ୍ତୋଷ କୁମାର ସାମଲ, ସମାଜସେବୀ ଅରବିନ୍ଦ ମହାନ୍ତି, ଇଶାଣପୁର ସରପଞ୍ଚ ମାମିନା ଦାସ, ସମିତିସଭ୍ୟ ଚିନ୍ତାମଣି ଜେନା, ପୂର୍ବତନ ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ଜେନା, ହରିଶ୍ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ । ବନ୍ୟା ସମୟରେ ଇଶାଣପୁର ପଞ୍ଚାୟତ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସାଙ୍ଗକୁ ବନ୍ୟା ଜଳ ନିଷ୍କାସନର ସୁବିଧା ନଥିବାରୁ ଫସଲ ପଚି ଯାଉଥିବାରୁ ଏହାର ପ୍ରତିକାର ପାଇଁ ସୁଇସ୍ ଗେଟ୍ ନିର୍ମାଣ ପାଇଁ ସରପଞ୍ଚ ଶ୍ରୀମତୀ ଦାସ ବିଧାୟକଙ୍କ ଦୃଷ୍ଟି ଆର୍କଷଣ କରିଥିବାବେଳେ ଆଗାମୀ ବର୍ଷାଋତୁ ପୂର୍ବରୁ ଉକ୍ତ କାର୍ଯ୍ୟ ଶେଷ କରାଯିବା ନେଇ ବିଧାୟକ ଶ୍ରୀ ମଲ୍ଲିକ ପ୍ରତିଶୃତି ଦେଇଥିଲେ ।