ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଏକ ଶାନ୍ତିର ସୁସମାଚାର ଶ୍ରେଣୀ ପାଇଁ ଅନୁମତି ଦେବାକୁ ଅନୁରୋଧ ।
ଜୟପୁର, ୧୭/୦୧ ( ଗୁପ୍ତ ପ୍ରସାଦ ପତ୍ରିକା ) : ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ,ଆମ ଦେଶର ସମ୍ବିଧାନ ଦେଶ ମଧ୍ୟରେ ରହିଥିବା ବିଦ୍ୟାଳୟ,ବିଶ୍ଵବିଦ୍ୟାଳୟ ଇତ୍ୟାଦି ରେ କୌଣସି ଧାର୍ମିକ ଶିକ୍ଷା ଦେବାର ଅଧିକାର ସମ୍ବିଧାନ ଦେଇ ନାହି । କିନ୍ତୁ ଜୟପୁର ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ରେ କିଛି ହିନ୍ଦୁ ବାବା ମାନେ ଭଗବଦ୍ ଶିକ୍ଷା ଦେବା ଆରମ୍ଭ କରିଛନ୍ତି ଏବଂ ବିଶ୍ଵବିଦ୍ୟାଳୟ ର କର୍ତ୍ତୃପକ୍ଷ ମାନେ ସହ ଯୋଗ କରୁ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏହାକୁ ଭିତି କରି କୋରାପୁଟ ଜିଲ୍ଲା ଖ୍ରୀଷ୍ଟିଆନ୍ ଯୁବ ଫେଡରେଶନ ର ସଦସ୍ୟ ମାନେ ବିନମ୍ର ନିବେଦନ କରିଛନ୍ତି ଯେ ବର୍ତ୍ତମାନ ପ୍ରେମ ଏବଂ ଦୟା ର ଅଭାବ ରହି ଥିବାରୁ ସମାଜରେ ହତ୍ୟା,ବ୍ୟଭିଚାର, ହିଂସା ବଢ଼ିଚାଲିଛି ଏହା ପରବର୍ତ୍ତୀ ପିଢ଼ି ପାଇଁ ବହୁତ କ୍ଷତିକାରକ, ଛାତ୍ରମାନେ ଆଗାମୀ ପିଢ଼ି ପାଇଁ ପରବର୍ତ୍ତୀ ବିପ୍ଳବୀ। ତେଣୁ ଯୀଶୁ ଖ୍ରୀଷ୍ଟଙ୍କ ଶାନ୍ତିର ସୁସମାଚାର ଶିକ୍ଷା ନିଶ୍ଚିତ ଭାବରେ ପରବର୍ତ୍ତୀ ପିଢ଼ିକୁ ଏକ ଅହିଂସା ସମାଜ ଗଠନ କରିବାରେ ସାହାଯ୍ୟ କରିବ । ତେଣୁ ଏହି ବିଶ୍ଵ ବିଦ୍ୟାଳୟରେ ଯୀଶୁ ଖ୍ରୀଷ୍ଟଙ୍କ ଶାନ୍ତିର ଏକ ସୁସମାଚାର ଶ୍ରେଣୀ ପାଇଁ ଅନୁମତି ଦେବାକୁ KCYF ର ସଭାପତି Dr , Ismayel patro ଓ କର୍ମ କର୍ତ୍ତା Babula Bahadur, Solom Raj bagh,Subrat Tiger, Deepak raj Mohanty,Probin Raj Patro ପ୍ରମୁଖ ଉପସ୍ଥିତ ହୋଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଲିଖିତ ନିବେଦନ ପତ୍ର ପ୍ରଦାନ କରିଥିଲେ ।
ଜୟପୁର ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ ।
NABADUTA NEWS ODISHA,