ଦାମନଯୋଡିରେ ୭୭ ତମ ସାଧାରଣ ତନ୍ତ୍ର ଦିବଶ ପାଳିତ
କୋରାପୁଟ, ୨୭/୦୧ (ରଜତ ବାଘ) : ଦାମନଯୋଡିରେ ଆମ୍ବେଦକର ସଂଘଠନ ତରଫରୁ ୭୭ତମ ଦିବସ ପାଳିତ ହେଇଛି। ଶତାଧିକ ଆମ୍ବେଦକର ପ୍ରେମି ଭେଜାପୁଟ ସ୍ଥିତ ଆମ୍ୱେଦକର ଉଦ୍ୟାନରେ ଉପସ୍ଥିତ ଥାଇ,ସ୍ଥାପିତ ହେଇଥିବା ପ୍ରତୀମୂର୍ତ୍ତି ଉପରେ ଫୁଲ ହାର ପିନ୍ଧାଇ ସମ୍ମାନୀତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ର ଅବସରରେ ଆମ୍ବେଦକର ଆସୋସିଏସନର ସଭାପତି ଶେଖର ଇଡିଂ, ପତାକା ଉତୋଳନ କରି ଦେଶଭକ୍ତି ସଙ୍ଗୀତ ଗାନ କରି ପତାକା ଓ ସମ୍ବିଧାନ ନିର୍ମାତାଙ୍କୁ ସମ୍ମାନୀତ କରିଛନ୍ତି।ସାଧାରଣ ତନ୍ତ୍ର ଦିବସ ଅବସରରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଛନ୍ତି , ସମ୍ମାନୀତ ବ୍ୟକ୍ତି ଗାନ ମଧ୍ୟରୁ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ରଜତ ବାଘ, ସମ୍ବିଧାନ ନିର୍ମାତାଙ୍କ ଦକ୍ଷତା ଏବଂ ଦେଶର ଏସସି ଏସଟି ଏବଂ ଓବିସି ବର୍ଗ ପ୍ରତି ସାମ୍ବିଧାନିକ ଅଧିକାର ପ୍ରଦାନ କରିଥିବା କଥା ପ୍ରକାଶ କରିଛନ୍ତି। ତା ଛଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ମିହିର କୁଲଦୀପ ନିଜ ଭାଷଣରେ କହିଛନ୍ତି ଯେ ସମ୍ଭିଦାନ ଆମକୁ ଅଧିକାର ଦେଇଛି ଆମେ ସ୍ୱାଧୀନ ଭାବେ ବଞ୍ଚିବା ପାଇଁ। କୋରାପୁଟ ଜିଲ୍ଲାପାଳ ସାଧାରଣତନ୍ତ୍ର ଦିବସରେ ଆମିଷ ଦୋକାନ ବନ୍ଦ କରିବା ପାଇଁ ଦେଇଥିବା ଆଦେଶକୁ ଘର ବିରୋଧ କରିଛନ୍ତି। ଆହୁରି ସେ କହିଥିଲେ ଯେ ଆମେ କଣ ଖାଇବୁ କଣ ପିନ୍ଧିବୁ ତାହା ଆମ ବ୍ୟକ୍ତି ଗତ ନିଶ୍ୱତି। ସେ କାହାର ଚାପରେ ପଡି ଏହିପରି ତ୍ରୁଟି ଯୁକ୍ତ ଆଦେଶ ନାମା ଜାରି କରିଛନ୍ତି ତାହା ସ୍ପୋଷ୍ଠ କରନ୍ତୁ ବଲି ପ୍ରଶ୍ନ କରିଛନ୍ତି। ଉକ୍ତ ଅବସରରେ ଆଦିବାସୀ ନେତା ଦମଦାର ଜାନି, ଉପଦେଷ୍ଟା ରମିଲ କୁଲଦୀପ, ଉପ ସଭପତି ମାଲିକ୍ ବଘ, ଉପଦେଷ୍ଟା ସୁରେନ୍ଦ୍ର ହିଆଲ, ଏଲ୍ ଏ ପି ସଭାପତି ସୁରଜ ଶ୍ରିହରିଆ, ମୋସେସ ବାଘ, ଲବ ଶ୍ରୀହରିଆ , ଡେବିଟ ଖସ୍କା, ରଞ୍ଜିତ କୁଲଦୀପ,ପ୍ରବୀଣ ବାଘ, ଏବଂ ଅନେକ ପ୍ରମୁଖ ବ୍ୟକ୍ତିଗଣ ଥାଇ ଅଙ୍ଗସଗ୍ରହନ କରିଛନ୍ତି ଶେଷରେ ସାଧାରଣ ସମ୍ପାଦକ ହରେଶ ହେନ୍ତାଳ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଛନ୍ତି। କୋରାପୁଟରୁ ରଜତ ବାଘଙ୍କ ରିପୋର୍ଟ ନବଦୂତ ନ୍ୟୁଜ ଓଡ଼ିଶା।