କବିତା ସଂକଳନ ନିଃଶବ୍ଦ ଝଙ୍କାର ଉନ୍ମୋଚିତ
ବରୀ, ୨୭/୦୧ ( ରଂଜିତ ମହାନ୍ତି ) : ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ କବି ବିଶ୍ୱବନ୍ଦିତା ଦାଶଙ୍କ କବିତା ସଂକଳନ ନିଃଶବ୍ଦ ଝଙ୍କାର ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଚୀରସନ୍ଧାନର ସମ୍ପାଦକ ଡକ୍ଟର ପ୍ରାର୍ଥସାରଥି ଅଜୟ ବାରିକ ଯୋଗଦେଇ କବିତା ସଂକଳନକୁ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ବିଷ୍ଣୁ ମୋହନ ମିଶ୍ର, ମାଳିକା ଗବେଷକ ବିଭୂତି ଭୂଷଣ ପାଳ, ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ରବିନ୍ଦ୍ର କୁମାର ଦାସ, ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନରୋଦ କୁମାର ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଜଗା ଶିଶୁୁ ସାହିତ୍ୟ ସଂସଦ ନାଥପୁର ପକ୍ଷରୁ ପ୍ରକାଶିତ ନିଃଶବ୍ଦ ଝଙ୍କାର କବିତା ସଂକଳନ ସମ୍ପର୍କରେ ପ୍ରକାଶକ ଡକ୍ଟର ଅଜୟ କୁମାର ଜେନା ନିଜର ମତ ଉପସ୍ଥାପନ କରିଥିଲେ