କୋମାରେ ବରୀ କୃଷି ବିଭାଗ, ବିଚରା ଚାଷୀ ହତାଶ
ବରୀ, ୧୦/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ର ବିଭିନ୍ନ ପଂଚାୟଚରେ ଚାଷୀ ମାନେ ନାନାଦି ହଇରାଣ ହରକତ ହୋଇ ବାଦାମ, ବିରି, ମୁଗ ଫସଲ ଚାଷ କରିଛନ୍ତି। ଚଳିତ ବର୍ଷ କାଳିମୁଖି ପୋକ ଙ୍କ ପାଦ୍ଧଭାବ ପାଇଁ ବାଦାମ ଚାଷ ପ୍ରଭାବିତ ହେବାକୁ ବସିଛି, ହେଲେ ବରୀ ବ୍ଲକ କୃଷି ବିଭାଗ ର କୌଣସି ନିଘା ନାହିଁ ଏପ୍ରତି । କିଛି ଚାଷୀ କହିଛନ୍ତି କି ଗରମ ଦିନେ ଏସି ରେ ବସି କାଗଜ କଲମ ରେ କୃଷି କର୍ମଚାରୀ ଚାଷ କରି ଦରମା ସାଙ୍ଗକୁ ବେଶ ଉପୁରି ଓ ଶୀତ ଦିନେ ୧୧ଟା ପରେ ଅଫିସ ଆସି ୩ଟାରେ ଫେରି ଯାଆତି, କ୍ଷେତ୍ର କୁ କାଁ ଭାଁ ଆସି ଫୋଟୋ ଉଠାଇ ଥଣ୍ଡା ଦିନ ପିକନିକ ସାରି ଶୀତ କୁ ଉପଭୋଗ କରିଥାନ୍ତି ଏପରିକି ବ୍ଲକ କୃଷି ଅଫିସ ଉପରେ ଏକ ବଢିଆ ପ୍ୟାଟ୍ରି ଟିଏ ଗଢି ଉଠିଛି ସେଠି କାମ କମ ଓ ରୋଷେଇ ବହୁ ସମୟ ଧରି ଚାଲେ । ବରୀ ବିଡ଼ିଓ ଓ ଜିଲ୍ଲା କୃଷି ଅଧିକାରୀ ଥରୁଟିଏ ଏଠି ଆସି ନଜର କଲେ ସବୁ ତଥ୍ୟ ପଦାକୁ ଆସିପାରନ୍ତା ଓ ବିଗତ ଏକ ମାସ ର କର୍ମଚାରୀ ଙ୍କ କଲ ରେକର୍ଡ ସହ ଫୋନ ଡ଼ମ ପାଂଚ କଲେ ଜଣାପଡିବ ବୋଲି ଅନୁରୋଧ କରାଯାଇଛି ।