Hot Posts

6/recent/ticker-posts

ନୀଳମଣି ଗୁରୁଜୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ବରୀ, ୨୪/୦୧ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳରେ ଗୁରୁଜୀ ଭାବେ ପରିଚିତ ଅରଙ୍ଗାବାଦ ଗ୍ରାମର ନୀଳମଣି ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଗୁରୁବାର ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲାଲବିହାରୀ ଜେନାଙ୍କ ସଭାପତିତ୍ବରେ ଶିକ୍ଷାବିତ୍ ଦିଲୀପ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ | ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଅଧ୍ୟକ୍ଷ ବିଜୟ କୁମାର ଦାଶ, ରୋଟାରିଆନ ଡ. ଗିରୀଶ ବହାରୀ ମିଶ୍ର, ଶିକ୍ଷାବିତ୍ ଶରତ ରାୟ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରମୋଦ ଦାସ, ଡ. ନୃସିଂହ ଚରଣ ବେହେରା, ଡ. ଧ୍ରୁବ ଚରଣ ଦାସ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗର୍ଗନ ବିହାରୀ ଜେନା, ଗୋପବନ୍ଧୁ ଦାସ, କର୍ଣ୍ଣଚନ୍ଦ୍ର ଘଡ଼େଇ, ଭଗବାନ ପଣ୍ଡା, ଶିକ୍ଷକ ନେତା ନିର୍ମଳ କୁମାର ଜେନା, ଆଇନଜୀବୀ ରାଜକିଶୋର ସାମଲ, ଶିକ୍ଷକ ଗଗନ ବିହାରୀ ଦାସ, ପ୍ରଭାସ ଦାସ, ନିକୁଞ୍ଜ ସାମଲ, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ନୀଳମଣି ସାମଲ, ପୂର୍ବତନ ସରପଞ୍ଚ ଶ୍ରୀଧର ଧଳ ଅତିଥି ଭାବେ ଯୋଗଦେଇ ଗୁରୁଜୀଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସ୍ମରଣିକା ‘ନିର୍ମାୟା ନୀଳମଣି’ ଉନ୍ମୋଚିତ ହୋଇଥିଲା। ପ୍ରତିବର୍ଷ ଏହି ସଭା କରାଯିବାକୁ ଚାଳଘର ସମ୍ପାଦକ ପ୍ରତାପ ଦାସ ପ୍ରସ୍ତାବ ଦେଇଥିଲେ। ପ୍ରଗତି କ୍ଲବ୍ ବରୀର ସମ୍ପାଦକ ନଟବର ବେହେରା ସହଯୋଗ କରିଥିଲେ । ପୁଅ ଅରୁଣ ବେହେରା ଧନ୍ୟବାଦ ଦେଇଥିଲେ ।