Hot Posts

6/recent/ticker-posts

ଡ୍ରେନର ପାଏନ୍ ପଶୁଛେ ଅଙ୍ଗନୱାଡି କେ

କର୍ଲାମୁଣ୍ଡା, ୨୪/୦୧ (ସୁଶାନ୍ତ ରଣା) : ଆରୁ ଗୁଟେ ଦିନ୍ ରହେଲା ଜାନୁଆରୀ ୨୬ ପାଳନ କର୍ବା କେ। ଅଳିଆ ଆବର୍ଜନା ଅପରିଷ୍କାର ଭିତରେ ନାଇଁ ହୁଏତ ଜାତୀୟ ପତାକା ଉତ୍ତୋଳନ୍ ? ଏନ୍ତା ସମସ୍ୟା ଦେଖବାକେ ମିଳିଛେ ତେରେସିଙ୍ଗା ଗାଁର୍ ଆମ ସକ୍ଷମ ଅଙ୍ଗନୱାଡି କେନ୍ଦ୍ର (କ) ନେ। କେନ୍ଦ୍ର ସାମ୍ନାର୍ ଛୋଟିଆ ଡ୍ରେନ୍ ଅଳିଆ ଆବର୍ଜନା ନେ ତୁପି ହେଇ ଗଲାନ। ଆରୁ ସେନର୍ ମଏଲା ପାଏନ୍ ପଶୁଛେ ଅଙ୍ଗନବାଡି କେ। ଇ ବାବଦେ ସେ ପାଖର ଲୋକ ପଞ୍ଚେତ୍ ର ନେତାଗୁତା କେ ଜନେଇ ଥିଲେ ଭି ସମସ୍ୟାର୍ ସମାଧାନ ନୁହେଁ ହେବାର୍ ତାଲ୍। ଆଗକେ ପତାକା ଉଡ଼ା। ସେନ୍ତା ହି ହେବା କି ସଫେଇ ହେବା ଦେଖବାର୍ ରହେଲା ବାକି।