ବିଦ୍ୟୁତ ବିଭାଗର ଅପାରଗତା ଦୃଷ୍ଟି ପଡିବ କେବେ
ଝରିଗାଁ, ୧୫/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବକଡାବେଡା ପଂଚାୟତ ସ୍ଥିତ ବକଡାବେଡା ଗ୍ରାମର ୮ ନମ୍ବର ୱର୍ଡର ମଙ୍ଗରାଜ ଭତ୍ରା,ସୁବାଷ ଭତ୍ରା, ଲଖି ଭତ୍ରା ଙ୍କ ଘର ସାମ୍ନାରେ ଏକ ଟ୍ରାନ୍ସଫରର୍ମର ବିପଦ ସଙ୍କୁଳ ଅବସ୍ଥା ରେ ରହିଛି | ଯାହା ଫଳରେ ପ୍ରତିମୁହୂର୍ତ୍ତ ରେ ବିପଦ ରହିଛି |ଏଣେ ବିଦ୍ୟୁତ ବିଭାଗ ପକ୍ଷରୁ ଖଣ୍ଡିଏ କାଠ ସାହାଯ୍ୟରେ ପିୟୁଜ ବନ୍ଧା ଯାଉଥିବା ବେଳେ ଟ୍ରାନ୍ସଫରର୍ମର ଚାରି ପାକରେ ସୁରକ୍ଷିତ ବାଡ଼ ନାହିଁ | ଅନେକ ଛୋଟ ଛୋଟ ଶିଶୁ ମାନେ ମଧ୍ୟ୍ୟ ଟ୍ରାନ୍ସଫରର୍ମର ପୋଲ ପାକ ଦେଇ ଯିବା ଆସିବା ସହ ଖେଳୁଥିବାର ଦେଖିବାକୁ ମିଳୁଛି | ଏଣୁ ବିଭିନ୍ନ ସମୟରେ ଗାଈ ଗୋରୁ କେତେ ବେଳେ ମଣିଷ ମଧ୍ୟ୍ୟ ବିପଦରେ ପଡିବ ତାହା କହିହେବ ନାହିଁ |ଏହା ବିଦୁତ ବିଭାଗର ଅପାରଗତା ବୋଲି ଗାଁ ଲୋକେ କହୁଛନ୍ତି | ଲାଇନ ପୋଲ ପତି ପ୍ରାୟ ୬୦ରୁ ୭୦ବର୍ଷ ହେବ। କିନ୍ତୁ ଆଜି ପ୍ରଯ୍ୟନ୍ତ ନୂତନ ପୋଲ ଲଗା ଯାଇ ନାହିଁ | ସେପଟେ ପୋଲ ପୁରୁଣା ହୋଇ ଜଙ୍କ ଖାଇ କେତେ ବେଳେ ଭାଙ୍ଗିଯିବ ତାହା କହିହେବ ନାହିଁ |ତଥାପି ବିଭାଗୀୟ ଅଧିକାରୀର ଦୁଷ୍ଟିଗୋଚର ନ ଦେଉଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି | ତୁରନ୍ତ ନୂତନ ପୋଲ ବାଡ଼ ନିର୍ମାଣ ସହିତ କାଠ ସାହାଯ୍ୟରେ ଫିୟୁଜ ବନ୍ଦା ଯାଉଥିବା ଫିଉଜ ତାରର ତୁରନ୍ତ ସମାଧାନ କରାଯାଉ ନ ହେଲେ ଆଗାମୀ ଦିନରେ କୌଣସି ଅଘଟଣା ଘଟିଲେ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି ଗ୍ରାମବାସୀ ଦାବି ରଖିଛନ୍ତି |