Hot Posts

6/recent/ticker-posts

ଅଧ୍ୟାପକଙ୍କ ଅକାଳ ଦେହାନ୍ତ, ବରୀ ସହିତ କେନ୍ଦ୍ରାପଡାରେ ଶୋକର ଛାୟା

ବରୀ, ୧୫/୦୧ ( ରଂଜିତ ମହାନ୍ତି ) : ଜଣା ଶୁଣା ଗଣିତ ଅଧ୍ୟାପକ ଡ଼ଃ ହାରାଚାନ୍ଦ ମହାନ୍ତିଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଗତ କାଲି ତାଙ୍କ ଦେହାନ୍ତ ହୋଇ ଯାଇଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସେ ଗଣିତ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ସେ ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ । ଗତକାଲି ସେ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଏହା ପରେ ତାଙ୍କ ମୃତ ଦେହକୁ କେନ୍ଦ୍ରାପଡା ମହାବିଦ୍ୟାଳୟକୁ ଆଣାଯାଇ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହା ପରେ ତାଙ୍କ ମୃତଦେହକୁ ତାଙ୍କ ବରୀ ଆନନ୍ଦପୁର ସ୍ଥିତ ବାସଭବନ କୁ ଆଣାଯାଇଥିଲା । ପରେ ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ଏକ ମାତ୍ର ପୁତ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ଦେହାନ୍ତରେ କେନ୍ଦ୍ରାପଡା ସହିତ ଜନ୍ମସ୍ଥାନ ବରୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଦେହାନ୍ତରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା, ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲଙ୍କ ସହିତ ଉଭୟ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅପରପକ୍ଷେ ତାଙ୍କ ଦେହାନ୍ତରେ ଛାତ୍ରଛାତ୍ରୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।