Hot Posts

6/recent/ticker-posts

୨.୮୩୦ ଗ୍ରାମ ବ୍ରାଉନ ସୁଗାର ଜବତ ଦୁଇ ଗିରଫ , ଟାଉନ ଥାନା ଅଧିକାରୀଙ୍କୁ ସାଧାରଣରେ ପ୍ରସଂଶା

ଜୟପୁର, ୨୧/୦୧ ( ଏ. ଭେଙ୍କଟ ରାଓ ) : ଜୟପୁର ଟାଉନ ପୋଲିସ ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶ ଏବଂ ଯୋଜନାରେ ଥାନା କର୍ମଚାରି ମାନଙ୍କ ସହଯୋଗରେ ସହରରେ ୨.୮୩୦ ଗ୍ରାମ ଧଳା ଜହର ଜବତ କରିବା ସହ ଦୁଇ ଅଭିଯୁକ୍ତ ବ୍ୟକ୍ତି ସଞ୍ଜିବ କୁମାର ନାୟକ ପିତା ଲେଫ୍ଟନାଣ୍ଟ ସାଲୁସେ ନାୟକ ଖ୍ରୀଷ୍ଟ୍ରିଆନପେଟା ଖଗେନ ତନ୍ତି ପିତା ତ୍ରିଲୋଚନ ତାନ୍ତି ଜଳସେଚନ କଲୋନୀ କୁ ଗିରଫ କରାଯାଇ ଜୟପୁର ଟାଉନରେ ମାମଲା ନଂ ୨୭-୨୬ ଧାରା ୨୧ ଏ ୨୯ ଏନଡିପିଏସ୍ ଆଇନ ରୁଜୁ କରିଛନ୍ତି ଅଭିଯୁକ୍ତ ବ୍ୟକ୍ତି ମାନଙ୍କ ନିକଟରୁ ୨ ଗ୍ରାମ ୮୩୦ ମିଲିଗ୍ରାମ ବ୍ରାଉନ୍ ସୁଗାର ଏବଂ ୨ ଟି ମୋବାଇଲ୍ ଫୋନ ସେମାନଙ୍କ ଠାରୁ ଜବତ କରାଯାଇ କୋର୍ଟକୁ ହସ୍ତାନ୍ତର କରାଯାଇଥିବା ଜୟପୁର ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି।