Hot Posts

6/recent/ticker-posts

ନାଏବ ସରପଞ୍ଚ ପଦବୀ ପାଇଁ ଉପ ନିର୍ବାଚନ

ବରୀ, ୨୧/୦୧ ( ରଂଜିତ ମହାନ୍ତି ) : ରାଜ୍ୟ ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ କ୍ରମେ ବରୀ ବ୍ଲକ ଅଧିନସ୍ଥ ଅରଙ୍ଗାବାଦ ଓ ଅଙ୍ଗାଳୋ ପଂଚାୟତର ନାୟବ ସରପଞ୍ଚ ପଦବୀ ପାଇଁ ୨୦/୦୧/୨୬ ରିଖ ହେବା ପାଇଁ ଧାର୍ଯ୍ୟ କରାଯାଇଥିଲା।ପରେ ଲଗାତାର ଭାବେ ୩ ଥର ପଂଚାୟତ ସମିତି ବୈଠକରେ ଅନୁପସ୍ଥିତ ରହିବା ଯୋଗୁଁ ଅରଙ୍ଗାବାଦ ପଞ୍ଚାୟତ ନାୟବ ସରପଞ୍ଚ ଶ୍ରୀକାନ୍ତ ଜେନା ଓ ୮ ଜଣ ୱାର୍ଡ ସଭ୍ୟା/ସଭ୍ୟ ମାନ୍ୟବର ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହେବା ପରେ ନାୟବ ସରପଞ୍ଚ ନ୍କ ନିର୍ବାଚନ ସ୍ଥଗିତ ରହିଛି।ଅପରପକ୍ଷରେ ଅନୁରୂପ ଭାବେ ଅଙ୍ଗାଳୋ ପଂଚାୟତର ନାୟବ ସରପଞ୍ଚ ଓ ୧୪ ଜଣ ୱାର୍ଡ ସଭ୍ୟା/ସଭ୍ୟ ଙ୍କ ମଧ୍ୟରୁ ୮ ଜଣଙ୍କ ସଭ୍ୟ ପଦ ରଦ୍ଦ କରିବା ଏବଂ ସରପଞ୍ଚ ଶକୁନ୍ତଳା ମଲ୍ଲିକ ନିଜ ପଦ ରୁ ଇସ୍ତଫା ଦେବା କାରଣ ରୁ ଉଭୟ ସରପଞ୍ଚ ଓ ନାୟବ ସରପଞ୍ଚ ପଦବୀ ଖାଲି ପଡିଥିଲା।ଆଜି ଅବଶିଷ୍ଟ ୬ ଜଣ ୱାର୍ଡ ସଭ୍ୟ ନ୍କ ମଧ୍ୟରୁ ୬ ନଂ ୱାର୍ଡ ର ସଭ୍ୟା ରଶ୍ମିତା ମଲ୍ଲିକ ଅନୁପସ୍ଥିତ ରହିଥିବା ବେଳେ ୫ ଜଣ ୱାର୍ଡ ସଭ୍ୟା/ସଭ୍ୟ ନିର୍ବାଚନ ରେ ଅଂଶଗ୍ରହଣ କରିଥିଲେ।ଉକ୍ତ ନିର୍ବାଚନ ରେ ଜୟନ୍ତ ସାମଲ ଏକ ମାତ୍ର ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରି ଥିବା ବେଳେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ବ୍ଲକ ର କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।ନବ ନିର୍ବାଚିତ ନାୟବ ସରପଞ୍ଚ ବର୍ତ୍ତମାନ ଠାରୁ ଆଗାମୀ ପଂଚାୟତ ନିର୍ବାଚନ ପର୍ଯ୍ୟନ୍ତ ସରପଞ୍ଚ ଦାୟିତ୍ୱରେ ରହିବେ।ଏ ବିଷୟରେ ନବ ନିର୍ବାଚିତ ନାୟବ ସରପଞ୍ଚ ଜୟନ୍ତ ସାମଲ କହିଛନ୍ତି ମୁଁ ପୂର୍ବତନ ବିଧାୟିକା ତଥା ଭାଜପା ନେତ୍ରୀ ସୁନନ୍ଦା ଦାସଙ୍କ ଜଣେ ଦୃଢ଼ ସମର୍ଥକ ।ଆଗାମୀ ଦିନରେ ଅଙ୍ଗାଳୋ ପଂଚୟତର ଜନସାଧାରଣ ଙ୍କ ସ୍ୱାର୍ଥ କୁ ଆଖି ଆଗରେ ରଖି ସମସ୍ତଙ୍କ ସହଯୋଗ ରେ ପଞ୍ଚାୟତ ଉନ୍ନୟନ ମୂଳକ କାର୍ଯ୍ୟ କରିବା କ୍ଷେତ୍ରରେ ପଦକ୍ଷେପ ନେବି।