Hot Posts

6/recent/ticker-posts

ଆଖୁସିଂ ମଣ୍ଡଳର ଇନ୍ଦୁପୁର ପଞ୍ଚାୟତରେ ବିଜେପିର ସଂଗଠନୀୟ ସଭା, ତ୍ରିସ୍ତରୀୟ ନିର୍ବାଚନକୁ ନେଇ ରଣନୀତି ତୟାରି

ରାୟଗଡା, ୨୦/୦୧ ( ଭି. ଗୌରି ଶଙ୍କର ରାଓ ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆଖୁସିଂ ମଣ୍ଡଳ ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସଂଗଠନୀୟ ବୈଠକ ଆୟୋଜିତ ହୋଇଯାଇଛି। ଗତକାଲି ହୋଇଥିବା ଏହି ପଞ୍ଚାୟତ ଗସ୍ତ ଅବସରରେ କୋଣ୍ଡା ବାବୁ ଗ୍ରାମବାସୀ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବୈଠକରେ ଆଗାମୀ ନିର୍ବାଚନରେ ବିଜେପି ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଗ୍ରାମସ୍ତରରେ କିଭଳି ସଂଗଠନକୁ ସୁଦୃଢ଼ କରାଯାଇପାରିବ, ସେଥି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। କାର୍ଯ୍ୟକର୍ତ୍ତାମାନଙ୍କୁ ଘରେଘରେ ପହଞ୍ଚି ଦଳର ନୀତି–ଆଦର୍ଶ ଓ ସରକାରଙ୍କ କାର୍ଯ୍ୟସଫଳତା ଉପସ୍ଥାପନ କରିବାକୁ ଆହ୍ୱାନ ଦିଆଯାଇଥିଲା। ବୈଠକରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ, ସକ୍ରିୟତା ଓ ସଂଗଠନ ପ୍ରତି ନିଷ୍ଠା ଦଳକୁ ଆଗାମୀ ନିର୍ବାଚନରେ ଶକ୍ତିଶାଳୀ କରିବ ବୋଲି ନେତୃତ୍ୱ ଆଶା ପ୍ରକଟ କରିଛନ୍ତି। ବୈଠକ ସଫଳ ଭାବେ ସମାପ୍ତ ହେବା ସହିତ ଆସନ୍ତା ଦିନରେ ଅଧିକ ଜନସଂଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ସୂଚନା ମିଳିଛି।