Hot Posts

6/recent/ticker-posts

ପରମ୍ପରିକ ମା ପରଦେଶେନି ଓ ତପେଶ୍ୱରୀଙ୍କ ଚାଉଁରିଆ ବଜାର ଅନୁଷ୍ଠିତ |

ଝରିଗାଁ, ୨୨/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ପଂଚାୟତ ଅନ୍ତର୍ଗତ କଣ୍ଡିପଦର ଗ୍ରାମର ଛକ ସ୍ଥାନରେ ବିଦ୍ୟମାନ ଥିବା ମା ପରଦେଶେନି ଓ ମା ତପେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ବାର୍ଷିକ ଚାଉଁରିଆ ବଜାର ଆଜି ବେସ ଧୂମଧାମରେ ପାଳିତ ହୋଇଯାଇଛି |ମାଙ୍କ ପୂଜାରୀ କପୁର ପୂଜାରୀ ଓ ଧନିରାମ ପୂଜାରୀ ମା ମାନଙ୍କ ବିଦ୍ଧି ବିଧାନ ଭାବେ ପୂଜାର୍ଚନା କରିଥିବା ବେଳେ ଭରତ ଚଲାନ, ଦୁଆରୁ ଗାଣ୍ଡା ଓ ମାଙ୍କ ପୂଜା କମିଟିର ସଦସ୍ୟ ମାନେ ସକ୍ରିୟ ରହି ମଣ୍ଡେଇ କୁ ସରସ ସୁନ୍ଦର କରିଥିଲେ |ଏହି ମଣ୍ଡେଇ ଡ଼ୁମର ପଦର, ପଣ୍ଡରାଗନ୍ଧୀ, ଆଦିବାସୀ ଗୁଡା, ମନଗୁଡା ଓ ଛଟାଗୁଡା ଗ୍ରାମର ଜନସାଧାରଣ ମିଳିତ ଭାବେ ଆୟୋଜନ କରୁଥିବା ବେଳେ ଆଖପାଖ ଅଞ୍ଚଳର ସମସ୍ତ ଦେବଦେବୀ ନିଜ ନିଜ ପ୍ରତୀକ ଲାଠି, ପାଲିଙ୍କି, ଆଙ୍ଗା,ବେତ ଆଦି ସହିତ ଶିରା, ପୂଜାରୀ, ବଜନିଆ, ମହୁରୀଆଙ୍କୁ ଧରି ପୂଜାରୀଙ୍କ ଘରେ ପହଂଚିଥିଲେ |ସେଠାରେ ପୂଜାରୀ ଘର ଲୋକ ଦେବଦେବୀ ମାନଙ୍କୁ ବନ୍ଦାପନା କରିବା ସହିତ କିଛି ସମୟ ସେଠାରେ ବିଶ୍ରାମ କରିବାକୁ ଦେଇଥିଲେ |ଅଞ୍ଚଳର ସମସ୍ତ ଦେବଦେବୀ ଏକତ୍ରିତ ହେବା ପରେ ସମସ୍ତେ ଏକ ଶୋଭାଯାତ୍ରାରେ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ପହଂଚିବା ପରେ ରୀତିନୀତି ଅନୁସାରେ ପୂଜାକାର୍ଯ୍ୟ କରାଯାଇଛି |ମାଙ୍କ ବଜାର ଦେଖିବାକୁ ହଜାର ହଜାର ଜନସାଧାରଣ ଆସିଥିବା ବେଳେ ସହ ସହ ଉଠା ଦୋକାନୀ ମଧ୍ୟ ପସରା ମେଲେଇ ଭଲ ବ୍ୟବସାୟ କରିଥିବା ଦେଖିବାକୁ ମିଳିଛି |ରାତ୍ରିରେ ଜନସାଧାରଣ ମାନଙ୍କ ମନୋରଞ୍ଜନ ପାଇଁ ବଜାର କମିଟି ପକ୍ଷରୁ ଦୁଇଟା ଦେଶିଆ ନାଟକର ମଧ୍ୟ ଆୟୋଜନ କରାଯାଇଥିଲା |ବଜାର କମିଟିର ସଭାପତି କୁମ ଭତରା, ସେକ୍ରେଟେରୀ ଅମରସିଂ ପାଇକ, କୋଷାଧକ୍ଷ କପୁର ଭତରା,ଚନ୍ଦ୍ରୁ ମାଝୀ,ଡମ୍ୱରୁ ଭତ୍ରା, ଧନସିଂ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ |