ଷ୍ଟେଟ ବ୍ୟାଙ୍କ ଅବସର ପ୍ରାପ୍ତ କର୍ମଚାରିଙ୍କ ବିନ୍ଧୁମିଳନ।
ଜୟପୁର, ୨୨।୦୧ ( ଏ. ଭେଙ୍କଟ ରାଓ ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୟପୁର ଆଞ୍ଚଳିକ ଶାଖାର ସହଯୋଗରେ ଅବସର ପ୍ରାପ୍ତ କର୍ମଚାରି ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ପଣସପୁଟବାଗ୍ରା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପୋଡଶୀ ରାଜ୍ୟ ମାନଙ୍କରେ ଅବସର ନେଇ ବାସ କରୁଥିବା ୯୦ ଜଣ କର୍ମଚାରି ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜି ଭି ରାଓଙ୍କ ଦ୍ବାରା ଆୟୋଜିତ ଏକ ସ୍ଵାସ୍ଥ୍ୟ ଶିବିରରେ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା ପରେ ଦିବଂଗତ ସାଥୀ ସହକର୍ମି ମାନଙ୍କ ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ନଅ ଜଣ ବରିଷ୍ଟ କର୍ମଚାରିଙ୍କୁ ସମ୍ବର୍ଧିତ କରାଯାଇଥିଲା ଏବଂ ଏହି ବନ୍ଧୁମିଳନ କର୍ଯକ୍ରମ ବିଗତ ୨୦୦୯ ମସିହାରୁ କରିଆସୁଛନ୍ତି ଏହି କାର୍ଯ୍ୟକ୍ରମରେ ଶଶି ପ୍ରଧାନୀ ଜଗନ୍ନାଥ ସାହୁ ବିମଳ ବିଶ୍ୱାସୀଙ୍କ କଣ୍ଠରୁ ସୁନ୍ଦର ସୁନ୍ଦର ଗୀତ ଭଜନ ଇତ୍ୟାଦି ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ କର୍ମଚାରି ସଂଘର ସଭାପତି ସତ୍ୟବାନ ପଣ୍ଡା ସମ୍ପାଦକ ଅଶୋକ ସାହୁ ଭାନୁ କୁମାର ରମେଶ ପାଣିଗ୍ରାହୀ ବଙ୍କିମ ମହାପାତ୍ର ରାମ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।