Hot Posts

6/recent/ticker-posts

ଫାଇଲେରିଆ ଆଶଙ୍କା ନେଇ ରକ୍ତ ନମୁନା ସଂଗ୍ରହ

ଝରିଗାଁ, ୨୨/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଡ଼ଙ୍ଗାରି ଗୁଡା ଉପ ସ୍ୱାସ୍ଥ୍ କେନ୍ଦ୍ର ଅନ୍ତର୍ଗତ କୋଇଗାଁ ଗ୍ରାମରେ ଝରିଗାଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଫାଇଲେରିଆ ରୋଗର ଆଶଙ୍କା ନେଇ ରକ୍ତ ନମୁନା ସଂଗ୍ରହ କରାଯାଇଛି। ବିଗତ ୮ ବର୍ଷ ତଳେ ଝରିଗାଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଇଗାଁ ଗ୍ରାମରେ କିଛି ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରି ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ଜଣେ ଫାଇଲେରିଆ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା । କିଛି ବର୍ଷ ବ୍ୟବଧାନ ପରେ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ କୋଇଗାଁ ପହଞ୍ଚି ପୁଣି ଥରେ ୫୫ ଜଣ ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରି ରକ୍ତ ପରିକ୍ଷା ଗାରକୁ ପଠାଯାଇଥିବା ସୂଚନା ମିଳିଛି। ରକ୍ତ ସଂଗ୍ରହ ବେଳେ ଝରିଗାଁ ଗୋଷ୍ଟି ଚିକିତ୍ସା ଅଧିକାରୀ ଅରବିନ୍ଦ ପଣ୍ଡା, ଧୋଡ୍ରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଅଜିତ ଦାସ, ଜିଲ୍ଲା ମ୍ୟାଲେରିଆ ପରିଦର୍ଶକ ସନ୍ତୋଷ ପଣ୍ଡା, ଖଞ ହରେକୃଷ୍ଣ ମିଶ୍ର , ଆଶା ରମାଭତ୍ରା, ଗୋମତି ପନକା, ରୁକ୍ମଣୀ ଭାତ୍ରା. ଅଙ୍ଗନବାଡି କର୍ମୀ ଅସ୍ତୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ନବରଙ୍ଗପୁର ଜିଲ୍ଳା ମୂଖ୍ୟ ଚିକିତ୍ସ ଅଧିକାରୀ ମଳୟ କୁମାର ପ୍ରଧାନ କୋଇଗାଁ ଆସି ତଦାରଖ କରି ନବରଙ୍ଗପୁର ଫେରିଥିବା ଜଣାପଡିଛି।