ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଧରିତ୍ରୀ ଖବରଦାତା ପ୍ରଦୀପ କୁମାର ସାହୁ
କର୍ଲାମୁଣ୍ଡା, ୦୩/୦୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଧରିତ୍ରୀ ଖବରଦାତା ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଛି। ସେ ୫୦ତମ ଜନ୍ମ ଦିବସ କୁ ପାଳନ କରିବାକୁ ଯାଇ ବୁଧବାର ବ୍ଲକ ର ଅବହେଳିତ ଗାଁ କେର୍ଣାପଲା ଠାରେ ଜନ ସେବା କାର୍ଯ୍ୟକ୍ରମ କରିଥିଲେ। ଏହି ଅବସରରେ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ତଥା ସମାଜସେବୀ ସୁରେଶ ଚୌଧୁରୀ, ବିଜେଡି ବ୍ଲକ ସଭାପତି ଯଶୋବନ୍ତ ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର, ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ସତ୍ୟ କୁମାର, ଭଜଶ୍ୟାମ ସାହୁ, ତ୍ରିସଙ୍କ ରଣା ପ୍ରମୁଖ ଙ୍କ ଉପସ୍ଥିତରେ ଗ୍ରାମର ସମସ୍ତ ବୃଦ୍ଧା ବୃଦ୍ଧ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ। ଖବରଦାତାଙ୍କ ପ୍ରୟାସ କୁ ଗ୍ରାମବାସୀ ମାନେ ପ୍ରସଂଶା କରିଥିଲେ।