ସହକାରୀ ଅଧିବକ୍ତା ନିଯୁକ୍ତ ହେଲେ ପ୍ରଦୀପ କୁମାର ପଟନାୟକ ଓ ଶୁଭାସ ପଟନାୟକ
ଝରୀଗାଁ, ୦୩/୦୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ର ଆଇନଜୀବୀ ପ୍ରଦୀପ କୁମାର ପଟନାୟକ ଓ ସୁବାସ ପଟନାୟକ ଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଝରୀଗାଁ ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତରେ ସହକାରି ଅଧିବକ୍ତା(ଏପିପି )ଭାବେ ନିଯୁକ୍ତ ଦିଆଯାଇଛି।ତାସହିତ ତହସିଲ କାର୍ଯ୍ୟାଳୟ ପାଇଁ ଆଇନଜୀବି ସୁବାସ ପଟନାୟକ ଙ୍କୁ ନିଯୁକ୍ତି ଦିଆଯାଇଛି l ନୂତନ ବର୍ଷ ରେ ନୂତନ ସହକାରୀ ଅଧିବକ୍ତା ନିଯୁକ୍ତ ଅଂଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି l ଦୁଇ ଆଇନଜୀବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ଝରୀଗାଁ ବିଧାୟକ ନରସିଂହ ଭତ୍ରା, ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ ଙ୍କୁ କୃତଜ୍ଞତା ଜଣେଇବା ସହ ଝରୀଗାଁ ଆଇନଜୀବୀ ସଂଘ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏବଂ ଆଗାମୀ ଦିନରେ ଝରୀଗାଁ ଅଞ୍ଚଳ ର ଗରିବ ଓ ଅସହାୟ ଲୋକଙ୍କୁ ଆଇନ ସହାୟତା ଯୋଗେଇବା ପାଇଁ ଦୃଢ ସଂକଳ୍ପ ବୋଲି ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l