ଏକଲ ଶ୍ରୀହରି ସତସଙ୍ଗ ପ୍ରତିଯୋଗିତା
କର୍ଲାମୁଣ୍ଡା, ୧୧/୦୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ଏକଲ ଶ୍ରୀହରି ସତସଙ୍ଗ ସମିତି ତରଫରୁ ଏକଲ ଶ୍ରୀହରି ସତସଙ୍ଗ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ସଂକୀର୍ତନ୍ୟ ଦଳ ଭାଗ ନେଇ ଥିଲେ।ଏହି ଅବସର ରେ ବିଶ୍ୱ ହିନ୍ଦୁ ପରିଷଦ କର୍ଲାମୁଣ୍ଡା ବ୍ଲକ ସଭାପତି ହୃଷିକେଶ ସାହୁ ମୁଖ୍ୟ ଅତିଥି, ଏକଲ ଅଭିଯାନ କର୍ଲାମୁଣ୍ଡା ବ୍ଲକ ସଭାପତି ଲୋକନାଥ ଗହୀର, ଏକଲ ଅଭିଯାନ କର୍ଲାମୁଣ୍ଡା ବ୍ଲକ ସମ୍ପାଦକ ମୁରଲୀଧର ରଣା, କଳାହାଣ୍ଡି ଜିଲ୍ଲା ବ୍ୟାସ କଥାକାର ପ୍ରଦୀପ କୁମାର ପାଣିଗ୍ରାହୀ, କର୍ଲାମୁଣ୍ଡା ବ୍ଲକ ବ୍ୟାସ କଥାକାର ଝସକେତନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ବିଚାରକ ଭାବରେ ବିଶିଷ୍ଟ ସଂଗୀତଜ୍ଞ ଲତାବନ ରଣା ଓ ଦେବେନ୍ଦ୍ର ରଣା ଦାୟିତ୍ୱ ତୁଳାଇ ଥିଲେ। ଏଥିରେ ହୃଷିକେଶ ସାହୁ ସଭାପତିତ୍ୱ କରିଥିବା ବେଳେ ଏକଲ ଅଭିଯାନ କର୍ଲାମୁଣ୍ଡା ବ୍ଲକ ସଂଚ ପ୍ରମୁଖ ଶ୍ରୀମାନ ନିର୍ମଳ ରଣା ମଞ୍ଚ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ବେଲପଡା ସଂକୀର୍ତ୍ତନ୍ୟ ଦଳ ପ୍ରଥମ, ଶ୍ରୀ ରାମଜି ସଂକୀର୍ତ୍ତନ୍ୟ ଦଳ ଦ୍ଵିତୀୟ ଏବଂ ଯେ. କେ ସଂକୀର୍ତ୍ତନ୍ୟ ଦଳ ସାନଡୁଙ୍ଗୁରି ଗୁଡା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ସମସ୍ତ ସଂକୀର୍ତ୍ତନ୍ୟ ଦଳ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇ ଥିଲା।