Hot Posts

6/recent/ticker-posts

ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଚାନକ ତେଲନଦୀଗାଁ ଗସ୍ତ |

ଝରିଗାଁ, ୦୨/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଗୋଷ୍ଠୀ ଶିକ୍ଷାକେନ୍ଦ୍ରର ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ ଆଜି ଅଚାନକ ଭାବେ ବ୍ଲକର ତେଲନଦୀଗାଁ ପଂଚାୟତ ସଦର ମହକୁମାର ଗୁଡ଼ିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ,ତେଲନଦୀଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ତେଲନଦୀଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ |ବିଦ୍ୟାଳୟ ମାନଙ୍କରେ ଯାଇ ପହଂଚିଲା ବେଳକୁ ତିନୋଟି ବିଦ୍ୟାଳୟର ପାଞ୍ଚ ଜଣ ସହ ଶିକ୍ଷକ ବିଦ୍ୟାଳୟରେ ଅନୁପସ୍ଥିତ ରହିଥିଲେ |ଅନୁପସ୍ଥିତ ରହିଥିବା ଶିକ୍ଷକମାନେ ହେଲେ ଗୁଡିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଧର ପ୍ରସାଦ ସେଠୀ ତେଲନଦୀଗାଁ ସରକାରୀ ବିଦ୍ୟାଳୟର ଦୁଇ ଜଣ ସହ ଶିକ୍ଷକ ରମେଶ କୁମାର ବେହେରା ଓ ଜୟଦେବ ଓଝା ଏବଂ ତେଲନଦୀଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦୁଇ ଟିଜିଟି ଶିକ୍ଷକ ସତ୍ୟଜିତ ଜାଳି ଓ ଗଙ୍ଗାଧର ହିକ୍କା |ବିଦ୍ୟାଳୟରେ ଅନୁପସ୍ଥିତ ରହିଥିବା ସମସ୍ତ ସହ ଶିକ୍ଷକ ମାନଙ୍କ ଗୋଟିଏ ଦିନର ଦରମା ଗୋଷ୍ଠୀ ଶିକ୍ଷା ଅଧିକାରୀ ବନ୍ଦ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣେଇଥିବା ସୂଚନା ମିଳିଛି |