Hot Posts

6/recent/ticker-posts

ଭବାନୀପାଟଣା ଠାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ।

ଭବାନୀପାଟଣା, ୦୨/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଭବାନୀପାଟଣା ଦ୍ଵାରା ଜିଲାସ୍ତରୀୟ ସଡକ ସୁରକ୍ଷା ମାସ ପାଳନ କରାଯାଉଛି। ଜାନୁୟାରୀ ୧ ତାରିଖ ରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ଏକମାସ ଧରି ସଡ଼କ ସୁରକ୍ଷା ମାସ ପାଳନ କରାଯିବ।ଜିଲ୍ଲାପାଳ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସଚିନ୍ ପାଓ୍ବାର ପାତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରିବହନ ବିଭାଗ ଓ ଛାତ୍ରଛାତ୍ରୀ ମାନେ ସାଇକେଲ ରେ ପ୍ଲାକାର୍ଡ ସହିତ ସଚେନତା ଶୋଭାଯାତ୍ରାରେ ରଥ ସହିତ ସହର ପରିକ୍ରମା କରିଥିଲେ।ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ୍‌ର ବ୍ୟବହାର, ଚାରି ଚକିଆ ଯାନରେ ସିଟ୍‌ ବେଲ୍‌ଟର ବ୍ୟବହାର, ନିଶାଶକ୍ତ ଅବସ୍ଥାରେ ଗାଡି ଚାଳନା ନ କରିବା ଏବଂ ଟ୍ରାଫିକ୍‌ ନିୟମ ମାନି ଗାଡି ଚଳାଇବା ସମ୍ପର୍କରେ ସଚେତନ କରାଯାଇଥିଲା। 




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ